Odisha Link
Bridging the Missing Links in Odisha

ଦୁର୍ଘଟଣାରେ ଦମ୍ପତି ମୃତ, ଜୀବନ ସହ ସଂଘର୍ଷ କରୁଛି ୧୫ ମାସର ଶିଶୁ

ତେବେ ଚିକିତ୍ସାରତ ଅବସ୍ଥାରେ ମେଡିକାଲରେ ସ୍ତ୍ରୀ ଓ ୩ ବର୍ଷର ଝିଅର ମୃତ୍ୟୁ

ଓଏଲ୍‌ ବ୍ୟୁରୋ : ଗତକାଲି ବଲାଙ୍ଗିର ଦେଓଗାଁ ରାସ୍ତାର ସିଂହଖମନରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଖବରରୁ ଜଣା ପଡିଥିଲା। ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ବାପା, ମା ଓ ତାଙ୍କର ୨ ଶିଶୁ। ବାଇକକୁ ବସ୍ ଧକ୍କା ଦେବାରୁ ଏହି ଅଭାବନୀୟ ଘଟଣା ଘଟିଥିଲା। ଦୁର୍ଘଟଣାରେ ସମ୍ମୁଖୀନ ସ୍ୱାମୀର ମୃତ୍ୟୁ ହୋଇଥିବାବେଳେ ସ୍ତ୍ରୀ ସହ ୨ ଛୁଆ ଗୁରୁତର ଆହତ ହୋଇଥିବା ଜଣା ପଡିଥିଲା।

ଦୁର୍ଘଟଣାରେ ଆହତ ହୋଇଥିବା ସ୍ତ୍ରୀ ସହ ୨ ଛୁଆଙ୍କୁ ଗୁରୁତର ଅବସ୍ଥାରେ ଭୀମ ଭୋଇ ମେଡିକାଲ କଲେଜ ସ୍ଥାନାନ୍ତର କରାଯାଇଥିଲା। ତେବେ ଚିକିତ୍ସାରତ ଅବସ୍ଥାରେ ମେଡିକାଲରେ ସ୍ତ୍ରୀ ଓ ୩ ବର୍ଷର ଝିଅର ମୃତ୍ୟୁ ହୋଇଥିବାବେଳେ ୧୫ମାସର ଶିଶୁ ଏକାକୀ ନିଜ ଜୀବନ ସହ ଲଢ଼ୁଛି। ତେବେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଗୋଟେ ପରିବାରକୁ ନଷ୍ଟ କରିଦେଇଛି।

Leave A Reply

Your email address will not be published.