Odisha Link
Bridging the Missing Links in Odisha

ଭୁବନେଶ୍ୱରରେ ମହାମହିମ ରାଷ୍ଟ୍ରପତି

ମହାମହିମଙ୍କୁ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳ

ଓଏଲ୍‌ ବ୍ୟୁରୋ : ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଂଚିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ମହାମହିମଙ୍କୁ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳ। କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପହଂଚିଛନ୍ତି ରାଷ୍ଟ୍ରପତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ବ୍ଲୁ ବୁକ୍ ଏସଓପି ଅନୁସାରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ୪୦ ପ୍ଲାଟୁନ ଫୋର୍ସ ମୁତୟନ ଥିବାବେଳେ ରାଷ୍ଟ୍ରପତିଙ୍କ କାରକେଡ୍‌ ଦାୟିତ୍ବରେ ଏସପି ରାଙ୍କ ଅଧିକାରୀ ରହିଛନ୍ତି।

ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ରାଜଭବନରେ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୩୫ ଜଣ ଏସିପି ରାଙ୍କ ଅଧିକାରୀ, ୪୭ ଇନ୍ସପେକ୍ଟର ମୁତୟନ ରହିଛନ୍ତି। ୧୮୮ ଏସଆଇ ଓ ଏଏସଆଇଙ୍କ ସହ ୫୦ ହୋମଗାର୍ଡ ସୁରକ୍ଷା ଦାଇତ୍ୱ ବହନ କରୁଛନ୍ତି ବୋଲି ସୂଚନା ମିଳିଛି।

ସୂଚନା ଅନୁସାରେ, ମହାମହିମ ରାଷ୍ଟ୍ରପତି ୧୧.୪୫ ମିନିଟରେ ସ୍ୱତନ୍ତ୍ର ବାୟୁସେନା ବିମାନ ଯୋଗେ ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଥିଲେ। ଉତ୍କଳ ମଣ୍ଡପରେ ଯୋଗଦେବା ପାଇଁ ଉତ୍ସବରେ ପହଂଚିଛନ୍ତି ମହାମହିମ। ପରେ ରମାଦେବୀ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ସେ ଯୋଗଦେବେ। ଓଡ଼ିଶା ଆସିବା ସହ ନିଜେ ପଢ଼ୁଥିବା ରମାଦେବୀ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ୪ଟା ୫ମିନିଟରେ ଯୋଗଦେବେ। ସମାବର୍ତ୍ତନ ଉତ୍ସବ ପାଇଁ ସଜେଇ ହୋଇଛି ରମାଦେବୀ ବିଶ୍ଵବିଦ୍ୟାଳୟ।

Leave A Reply

Your email address will not be published.