ଟ୍ରକ୍ ଧକ୍କାରେ ଶ୍ରମିକ ମୃତ; ମାଫିଆଙ୍କ ଅସ୍ଥାୟୀ ଘର ଜାଳିଦେଲେ ଲୋକେ
ହାଇୱା ଗାଡି ଧକ୍କାରେ ଲକ୍ଷ୍ମଣ ମଲ୍ଲିକ ନାମକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା।

ଓଏଲ୍ ବ୍ୟୁରୋ : ବାଲିଘାଟରେ ଘଟିଥିବା ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଥିଲା। ଟ୍ରକ୍ ଧକ୍କାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ସଦର ଥାନା ବସ୍ପୁର ବାଲି ଘାଟରେ ହୋଇଥିବା ଦୁର୍ଘଟଣା ପରେ ଉତ୍ତେଜନା ହୋଇଥିବା ଜଣା ପଡିଛି। ବାଲି ଘାଟରେ ଥିବା ମାଫିଆଙ୍କ ଅସ୍ଥାୟୀ ଘର ଜାଳିଦେଇଛନ୍ତି ଲୋକେ।
ସୂଚନା ଅନୁସାରେ, ହାଇୱା ଗାଡି ଧକ୍କାରେ ଲକ୍ଷ୍ମଣ ମଲ୍ଲିକ ନାମକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ମୃତ୍ୟୁ ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ପୋଡାଜଳା କରିବା ସହ ଟ୍ରକକୁ ଭାଙ୍ଗିଦେଇଥିବା ଜଣା ପଡିଛି। ସ୍ଥାନୀୟ ଲୋକେ ଉତ୍ତେଜିତ ହୋଇ ଟାୟାର ଜାଳି ପାଟକୁରା ମୁଖ୍ୟ ରାସ୍ତା ଅବରୋଧ କରିଥିବାବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିବା ଜଣା ପଡିଛି।