Odisha Link
Bridging the Missing Links in Odisha

ଦିବ୍ୟାଙ୍ଗ ହିତାଧିକାରୀଙ୍କ ଘରେ ଡ୍ରୋନ୍ ଯୋଗେ ପହଞ୍ଚିଲା ଭତ୍ତା

ଓଏଲ୍‌ ବ୍ୟୁରୋ: ଉପାନ୍ତ ନୂଆପଡ଼ା ଜିଲ୍ଲାରେ ଉନ୍ନତ ଟେକ୍ନୋଲୋଜିର ବ୍ୟବହାର କରି ଏବେ ଚର୍ଚ୍ଚାରେ ଭାଲେଶ୍ବର ଗ୍ରାମ ପଞ୍ଚାୟତର ସରପଞ୍ଚ ସରୋଜ ଦେବୀ ଅଗ୍ରଓ୍ବାଲ। ନୂଆପଡ଼ା ଜିଲ୍ଲାର ସୀମାନ୍ତ ଅଞ୍ଚଳ ଏବଂ ଜଙ୍ଗଲ ଭିତରେ ଥିବା ଏକ ଗାଁରେ ଜଣେ ଦିବ୍ୟାଙ୍ଗଙ୍କ ପାଖରେ ଡ୍ରୋନ୍‌ ସାହାଯ୍ୟରେ ଭତ୍ତା ପହଞ୍ଚିଛି। ପଞ୍ଚାୟତଠୁ ୨ କିଲୋମିଟର ଦୂରରେ ଥିବା ଭୁକ୍ତପଡ଼ା ଗ୍ରାମର ୨୭ ବର୍ଷିୟ ହେଟ୍ରମ ସନ୍ତାମିଙ୍କୁ ଡ୍ରୋନ୍‌ ସାହାଯ୍ୟରେ ଭତ୍ତା ଦିଆଯାଇଛି।

ସରପଞ୍ଚ ସରୋଜ ଦେବୀ ଅଗ୍ରଓ୍ବାଲ କହିଛନ୍ତି, “ହେଟ୍ରମ ଜଣେ ଦିବ୍ୟାଙ୍ଗ ଆଉ ସେ ଚାଲିବାରେ କଷ୍ଟ ଅନୁଭବ କରନ୍ତି। ଯାହା ଦେଖିବା ପରେ ମୁଁ ତାଙ୍କୁ ମଧୁବାବୁ ପେନସନ୍‌ ଯୋଜନା ଆବେଦନ କରିବାରେ ସାହାଯ୍ୟ କରିଥିଲିି। ପରବର୍ତ୍ତି ସମୟରେ ମୋତେ ହୃଦୟଙ୍ଗମ ହୋଇଥିଲା ଯେ, ହେଟ୍ରମ୍‌ ଚାଲି ଚାଲି ଆସି ପଞ୍ଚାୟତରୁ ଭତ୍ତା ରାଶି ଗ୍ରହଣ କରିବା ପାଇଁ ସକ୍ଷମ ନୁହଁନ୍ତି। ଡ୍ରୋନ୍‌ ମାଧ୍ୟମରେ ବିଭିନ୍ନ ପ୍ୟାକେଟ ବିତରଣ କଥା ପଢ଼ିଥିଲି। ସେଥିପାଇଁ ମୁଁ ମଧ୍ୟ ଏକ ଡ୍ରୋନ୍‌ କିଣିଥିଲି। ଆଉ ଡ୍ରୋନ୍‌ ମାଧ୍ୟମରେ ହିଁ ହେଟ୍ରମ୍‌ଙ୍କୁ ଭତ୍ତା ରାଶି ୫୦୦ ଟଙ୍କା ପ୍ରଦାନ କରିଥିଲ । “

ଡ୍ରୋନ୍‌ଟି ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବାହାରି ପ୍ରାୟ ଦୁଇ କିଲୋମିଟର ଦୂର ଭୁତକାପଡ଼ା ଗାଁରେ ପହଞ୍ଚିଥିଲା  ନିଗ ଘର ଆଗରେ ରହି ହେତରାମ ଡ୍ରୋନ୍‌ରୁ ନିଜର ଭତ୍ତା ଗ୍ରହଣ କରିଥିଲେ । ଆଗକୁ ମଧ୍ୟ ହେତରାମଙ୍କୁ ଆଉ ଭତ୍ତା ପାଇଁ ଆସିବାକୁ ପଡ଼ିବ ନାହିଁ ବୋଲି ସରପଞ୍ଚ କହିଛନ୍ତି।

ହେଟ୍ରମ୍‌ ଏହି ସୁବିଧା ପାଇବା ପରେ କହିଛନ୍ତି, “ମୁଁ ପିଲାଟି ବେଳୁ ଚାଲିବାକୁ ସକ୍ଷମ ନୁହେଁ। ଆଉ ଭତ୍ତା ରାଶି ଆଣିବା ପାଇଁ ମୋ ପାଇଁ କାଠିକର କାମ ଥିଲା। ହେଲେ ସରପଞ୍ଚଙ୍କ ଏହି କାର୍ଯ୍ୟ ପାଇଁ ମୁଁ ତାଙ୍କ ପାଖେ ଚିରଋଣି। ବର୍ତ୍ତମାନ ମୁଁ ଇଞ୍ଚେ ନଘୁଞ୍ଚି ହାତ ପାହାନ୍ତାରେ ମୋ ଭତ୍ତା ରାଶି ପାଇ ପାରୁଛି।”

ସେହିପରି ନୂଆପଡ଼ାର ବିଡିଓ ସୁବେଦାର ପ୍ରଧାନ କହିଛନ୍ତି, ଡ୍ରୋନ୍‌ କିଣିବା ପାଇଁ ସରକାର ଟଙ୍କାଟିଏ ବି ଦିଅନ୍ତି ନାହିଁ। ସରପଞ୍ଚ ମ୍ୟାଡାମ ନିଜ ପଇସାରେ ଡ୍ରୋନ୍‌ କିଣି ଉପାନ୍ତ ଅଞ୍ଚଳର ଅସହାୟ ବ୍ୟକ୍ତିଙ୍କୁ ଯେଉଁଭଳି ଭାବେ ଭତ୍ତା ରାଶି ପ୍ରଦାନ କରୁଛନ୍ତି ଏହା ସ୍ବାଗତଯୋଗ୍ୟ। ସରପଞ୍ଚଙ୍କ ଏହି ନିଆରା ଉଦ୍ୟମ ପାଇଁ ଆମେ ଗର୍ବିତ ବୋଲି କହିଛନ୍ତି ଶ୍ରୀ ପ୍ରଧାନ।

Leave A Reply

Your email address will not be published.