Odisha Link
Bridging the Missing Links in Odisha

ଦ୍ୱିତୀୟ ବିବାହ କରିବେ ଦିବ୍ୟଶଙ୍କର

ଦିବ୍ୟ ଶଂକର ପୂର୍ବରୁ ଜୟପାଟଣାରେ ବିବାହ କରିଥିଲେ।

ଓଏଲ୍‌ ବ୍ୟୁରୋ : ଦୁଇ ପ୍ରଶାସନିକ ଅଧିକାରୀଙ୍କ ଦ୍ବିତୀୟ ବିବାହ ଖବରକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଚାଲିଥିବା ବେଳେ ବିଜେଡିର ବାହୁବଳୀ ବିଧାୟକ କ୍ୟାପଟେନ୍‌ ଦିବ୍ୟ ଶଙ୍କର ମିଶ୍ରଙ୍କ ଦ୍ବିତୀୟ ବିବାହକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି। କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ବିଧାୟକ ଦିବ୍ୟ ଶଙ୍କର ମିଶ୍ର ପୁଣି ବିବାହ କରୁଥିବା ନେଇ ସୋମବାର ସୋସିଆଲ ମିଡିଆରେ ଖବର ଭାଇରାଲ ହୋଇଛି। ଏହାକୁ ନେଇ ସବୁଠି ଚର୍ଚ୍ଚା ଜୋର୍‌ ଧରିଛି।

ଦିବ୍ୟ ଶଙ୍କର ମିଶ୍ର ତାଙ୍କ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗୋଲାମୁଣ୍ଡା ବ୍ଲକ୍‌ ଦେକୋଟ ଗାଁର ଜଣେ ଯୁବତୀଙ୍କୁ ବିବାହ କରୁଛନ୍ତି। ଆସନ୍ତା ଫେବ୍ରୁଆରି ଶେଷ ‌ସପ୍ତାହରେ ପୁରୀଠାରେ ବିବାହ କରିବେ ବୋଲି ସୂଚନା ମିଳିଛି। ‌ଚଳିତ ମାସ ଶେଷ ସପ୍ତାହରେ ପୁରୀଠାରେ ବିବାହ ଅନୁଷ୍ଠିତ ହେବ ବୋଲି ବିଧାୟକ ଦିବ୍ୟ ଶଙ୍କର ମଧ୍ୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହା ଉଭୟଙ୍କ ଦ୍ବିତୀୟ ବିବାହ ହେବ ବୋଲି ଜଣାପଡ଼ିଛି।

ଦିବ୍ୟ ଶଂକର ପୂର୍ବରୁ ଜୟପାଟଣାରେ ବିବାହ କରିଥିଲେ। କୌଣସି କାରଣକୁ ନେଇ ସେ ଛାଡ଼ପତ୍ର ଦେଇଥିଲେ। ପ୍ରକାଶଥାଉ କି, ମମିତା ମେହେର ହତ୍ୟାକାଣ୍ଡ ଘଟଣା ହେଉ କି ଅର୍ଚ୍ଚନା ନାଗଙ୍କ ଲିଙ୍କକୁ ନେଇ ହେଉ ସବୁବେଳେ କଳାହାଣ୍ଡି ଚର୍ଚ୍ଚାରେ ରହି ଆସିଛି।

Leave A Reply

Your email address will not be published.