ଟ୍ରକକୁ ପଛରୁ ପିଟିଲା ବସ୍, ୧୦ ଗୁରୁତର ଆହତ
ଯାତ୍ରୀବାହୀ ବସ୍ ଟ୍ରକକୁ ପିଟିଲା ପରେ ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ ଘଟଣାସ୍ଥଳରେ ୧୦ଜଣ ଗୁରୁତର ଆହତ ହୋଇଥିଲେ।

ଓଏଲ୍ ବ୍ୟୁରୋ: ବାରିପଦା ଏନ୍ଏଚ୍ ୪୯ ବାଙ୍ଗିରିପୋଷି ଘାଟି ନିକଟରେ ଏକ ସଡକ ଦୁର୍ଘଟଣା ଘଟିଛି। ଟ୍ରକକୁ ପଛରୁ ପିଟିଥିଲା ଯାତ୍ରୀବାହୀ ବସ୍। ଦୁର୍ଘଟଣାଗ୍ରସ୍ତ ହୋଇଥିବା ବସରେ ପାଖାପାଖି ୫୦ ଯାତ୍ରୀ ଥିଲେ। ବସଟି ୫୦ ଯାତ୍ରୀଙ୍କୁ ନେଇ ରାଇରଙ୍ଗପୁରରୁ ବାରିପଦା ଆସୁଥିଲା। ତେବେ କୌଣସି କାରଣରୁ ଅଜାଣତରେ ଟ୍ରକକୁ ପଛରୁ ପିଟିଥିଲା ବସ। ଯାତ୍ରୀବାହୀ ବସ୍ ଟ୍ରକକୁ ପିଟିଲା ପରେ ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ ଘଟଣାସ୍ଥଳରେ ୧୦ଜଣ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀମାନଙ୍କୁ ଚିକିତ୍ସାଳୟ ସ୍ତାନାନ୍ତର କରାଯାଇଛି।