Odisha Link
Bridging the Missing Links in Odisha

୨୦୨୧-୨୨ରେ ମାଧ୍ୟମିକ ସ୍ତରରେ ଡ୍ରପଆଉଟ ହାର ୨୭.୨୬: ଗଣଶିକ୍ଷା ମନ୍ତ୍ରୀ

୬ ହଜାର ୭୮୧ ସ୍କୁଲରେ ଆବଶ୍ୟକୀୟ କ୍ଲାସ ରୁମ୍ ନାହିଁ।

ଓଏଲ୍‌ ବ୍ୟୁରୋ: ବିଭିନ୍ନ ପ୍ରସଙ୍ଗକୁ ନେଇ ବିଧାନସଭାରେ ଜାରି ରହିଛି ଅଧିବେଶନ। ଶାସକ-ବିରୋଧୀ ଦଳ ମଧ୍ୟରେ ଏନେଇ ଗୃହରେ ଚାଲିଛି ମୁହାଁମୁହିଁ। ତେବେ ଏହାରି ମଧ୍ୟରେ ବିଦ୍ୟାଳୟ ପ୍ରସଙ୍ଗ ଉଠାଇଥିଲେ ମୋହନ ମାଝୀ। ମୋହନ ମାଝୀଙ୍କ ପ୍ରଶ୍ନରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ଉତ୍ତର ରଖିଛନ୍ତି। ସେ କହିଛନ୍ତି, ୨୧ ହଜାର ୦୬୫ ସ୍କୁଲରେ ଖେଳ ପଡ଼ିଆ ନାହିଁ। ପାଖାପାଖି ୪୧ ହଜାର ୯୯୬ ସ୍କୁଲରେ କମ୍ପ୍ୟୁଟର ନାହିଁ। ୬ ହଜାର ୭୮୧ ସ୍କୁଲରେ ଆବଶ୍ୟକୀୟ କ୍ଲାସ ରୁମ୍ ନାହିଁ। ୬୦୧୧ଟି ବିଦ୍ୟାଳୟରେ ଛାତ୍ର ଅନୁପାତରେ ଶିକ୍ଷକ ନାହାନ୍ତି। ୨୦୨୧-୨୨ରେ ମାଧ୍ୟମିକ ସ୍ତରରେ ଡ୍ରପଆଉଟ ହାର ୨୭.୨୬। ରାଜ୍ୟରେ ୧୧ ହଜାର ୭୧୦ଟି ସ୍କୁଲକୁ ବିଦ୍ୟୁତ ସଂଯୋଗ ହୋଇନଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ।

ଅନ୍ୟପକ୍ଷେ, ଗତ ଦୁଇ ଦିନ ତଳେ ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଅଭିଯୋଗରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଂଜନ ଦାଶଙ୍କ ଇସ୍ତଫା ଦାବି କରିଥିଲେ ବିରୋଧୀ। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କ ଅଭିଯୋଗ ଆଣି କହିଥିଲେ ଯେ, ପିଲାଙ୍କ ଭବିଷ୍ୟତ ସହିତ ଖେଳ ଖେଳୁଛନ୍ତି ସରକାର। ବାରମ୍ବାର ପରୀକ୍ଷା ପ୍ରଶ୍ନପତ୍ର ଲିକ ହେଉଥିବାରୁ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି।

Leave A Reply

Your email address will not be published.