Odisha Link
Bridging the Missing Links in Odisha

ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା: ପୁଣି କୋର୍ଟର ଦ୍ୱାରସ୍ତ ହେଲେ ପରିବାର ଲୋକେ

ପୁଲିସ ରିପୋର୍ଟ କ୍ରମେ ବିରେନ୍ଦ୍ର ଲାକ୍ରା ନିର୍ଦ୍ଦୋଷ ବୋଲି ପ୍ରମାଣ ହୋଇଯାଇଥିବା ଚର୍ଚ୍ଚା ହେଉଥିଲା।

ଓଏଲ୍‌ ବ୍ୟୁରୋ: ଦୀର୍ଘ ଦିନର ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ ତଦନ୍ତରେ ଅସନ୍ତୋଷ ପ୍ରକାଶ କରିଛନ୍ତି ପରିବାର ଲୋକେ। ତଦନ୍ତକୁ ନେଇ ପୁଣି ହାଇକୋର୍ଟର ଦ୍ୱାରସ୍ତ ହୋଇଛନ୍ତି ଆନନ୍ଦଙ୍କ ପରିବାର। ନିରପେକ୍ଷ ଏଜେନ୍ସି ଦ୍ବାରା ତଦନ୍ତ କରିବାକୁ ନିବେଦନ କରିଛନ୍ତି। ତଦନ୍ତରେ ଅସନ୍ତୋଷ ପ୍ରକାଶ କରି ହାଇକୋର୍ଟରେ ମାମଲା ଦାୟର କରିଛନ୍ତି ପରିବାର ଲୋକେ।

ଅନ୍ୟପଟେ, ଗତ ମାସରେ ଆନନ୍ଦ ଟପ୍ପୋଙ୍କ ମୃତ୍ୟୁକୁ ନେଇ କୋର୍ଟରେ ରିପୋର୍ଟ ଦାଖଲ କରିଥ୍ଗିଲା କମିଶନରେଟ ପୁଲିସ୍। ଆନନ୍ଦ ଟପ୍ପୋଙ୍କ ମୃତ୍ୟୁ ଆତ୍ମହତ୍ୟା ଜନିତ ବୋଲି କମିଶନରେଟ ପୁଲିସ୍ ଦର୍ଶାଇଥିବା ଜଣା ପଡିଥିଲା। ପୂର୍ବରୁ ଆନନ୍ଦଙ୍କ ହତ୍ୟା ମାମଲାରେ ବିରେନ୍ଦ୍ର ଲାକ୍ରା ଏବଂ ତାଙ୍କର ଜଣେ ମହିଳା ବାନ୍ଧବୀ ସଂପୃକ୍ତ ଥିବା ଅଭିଯୋଗ ସାମ୍ନାକୁ ଆସିଥିଲା। ତେବେ ପୁଲିସ ରିପୋର୍ଟ କ୍ରମେ ବିରେନ୍ଦ୍ର ଲାକ୍ରା ନିର୍ଦ୍ଦୋଷ ବୋଲି ପ୍ରମାଣ ହୋଇଯାଇଥିବା ଚର୍ଚ୍ଚା ହେଉଥିଲା।

ପୂର୍ବରୁ ମଧ୍ୟ ଆନନ୍ଦ ଟପୋ ମୃତ୍ୟୁ ମାମଲାକୁ ନେଇ ଆନନ୍ଦଙ୍କ ପରିବାର ଲୋକେଅସନ୍ତୋଷ ପ୍ରକାଶ କରିଥିଲେ। ନ୍ୟାୟ ମିଳିବା ଆଶା ରଖିଥିଲେ ମୃତ ଆନନ୍ଦଙ୍କ ପରିବାର ଲୋକେ। ତେବେ ଆନନ୍ଦ ଟପ୍ପୋଙ୍କ ମୃତ୍ୟୁ ହତ୍ୟା କାରଣରୁ ହୋଇଥିବା ଅଭିଯୋଗ କରିଥିଲେ ପରିବାର ଲୋକେ। ପୂର୍ବରୁ ଏହି ଘଟଣାରେ ପୁଲିସ ସାହାଯ୍ୟ କରୁନଥିବାରୁ ମୃତକଙ୍କ ପରିବାର ଲୋକେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ।

Leave A Reply

Your email address will not be published.