Odisha Link
Bridging the Missing Links in Odisha

କାର୍ ଧକ୍କାରେ ଚାଲିଗଲା ୨ ଛାତ୍ରଙ୍କ ଜୀବନ, ଜଣେ ଗୁରୁତର

ମୃତାହତ ଶରଧାପାଲି ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ବୋଲି ଜଣା ପଡିଛି

ଓଏଲ୍‌ ବ୍ୟୁରୋ: ସୁବର୍ଣ୍ଣପୁର ଶରଧାପାଲି ଛକରେ ନିକଟରେ ଘଟିଥିବା ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କାର୍ ଧକ୍କାରେ ୨ ଛାତ୍ରଙ୍କ ଜୀବନ ଚାଲିଯାଇଥିବା ଜଣା ପଡିଛି। ସୋନପୁର-ବିନିକା ରାସ୍ତାରେ ସ୍କୁଲପିଲାଙ୍କୁ କାର୍ ଧକ୍କା ଦେଇଥିବା ଜଣା ପଡିଛି।

ସ୍କୁଲ ଗେଟ୍‌ ନିକଟରେ କାର୍ ଧକ୍କା ଦେବା ଦ୍ୱାରା ୨ ଛାତ୍ରଙ୍କ ଜୀବନ ଚାଲିଆଯାଇଥିବାବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ତେବେ ଦୁର୍ଘଟଣାରେ ସମ୍ମୁଖୀନ ହୋଇଥିବା ମୃତାହତ ଶରଧାପାଲି ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ବୋଲି ଜଣା ପଡିଛି। କାର୍ ଧକ୍କା ଦେଇଥିବା ସ୍ଥାନରେ ଉତ୍ତେଜନା ହୋଇଥିବାବେଳେ ଗାଡିର ଡ୍ରାଇଭରକୁ ସ୍ଥାନୀୟ ଲୋକେ ଅଟକ ରଖିଥିଲେ।

Leave A Reply

Your email address will not be published.