Odisha Link
Bridging the Missing Links in Odisha

ରାଜ୍ୟରେ ଆସନ୍ତା ୫ ଦିନ ଯାଏଁ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ପୂର୍ବରୁ କୁଆପଥର ବର୍ଷା ରାଜ୍ୟର ବିଭିନ୍ନ ଅଂଚଳରେ ଅନୁଭୂତ ହୋଇଥିଲା

ଓଏଲ୍‌ ବ୍ୟୁରୋ : ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସହ ମୃଦୁ ପବନ ଅନୁଭୂତ ହୋଇଛି। ଦିନବେଳା ପ୍ରାୟତଃ ବିଭିନ୍ନ ସ୍ଥାନରେ ତାପମାତ୍ରା ଅଧିକ ଥିବାବେଳେ ଅପରାହ୍ନରେ ବର୍ଷ ହେଉଥିବା ଜଣା ପଡୁଛି। ତେବେ ଲାଗିରହିଥିବା ଏହି ବର୍ଷା ରାଜ୍ୟର ବିଭିନ୍ନ ଅଞ୍ଚଳବାସୀଙ୍କୁ ଭିଜାଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଆକଳନ ଅନୁଯାଇ ଆଗାମୀ ୫ ଦିନ ଧରି ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି।

ରାଜ୍ୟରେ ଆଜି ବର୍ଷା ହେବା ନେଇ ୧୨ ଜିଲ୍ଲା କୋରାପୁଟ, ରାୟଗଡ଼ା, ଗଜପତି, ଗଂଜାମ, କନ୍ଧମାଳ, କେନ୍ଦୁଝର, ମୟୂରଭଂଜ, ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ବାଲେଶ୍ୱରକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତେବେ ପୂର୍ବରୁ କୁଆପଥର ବର୍ଷା ରାଜ୍ୟର ବିଭିନ୍ନ ଅଂଚଳରେ ଅନୁଭୂତ ହୋଇଥିଲା। ରାଜଧାନୀ ଭୁବନେଶ୍ୱରରେ ଦିନବେଳା ତାପମାତ୍ରାର ପ୍ରଭାବରେ ତାତି ଅନୁଭୂତ ହେଉଥିବାବେଳେ ଅପରାହ୍ନ ପୂର୍ବରୁ ବର୍ଷା ହୋଇଛି, ଯାହା ଦ୍ୱାରା ତାପମାତ୍ରାରୁ ତ୍ରାହି ମିଳିବ ବୋଲି ଅନୁମାନ କରାଯାଉଛି।