Odisha Link
Bridging the Missing Links in Odisha

ପ୍ରଥମଥର ପାଇଁ ସନ୍ଧ୍ୟା ପରେ ହେଲା ପାସିଂ ଆଉଟ୍‌ ପରେଡ

ଭୁବନେଶ୍ବର: ଆଇଏନ୍‌ଏସ୍‌ ଚିଲିକାରେ ଆଜି ପ୍ରଥମ ବ୍ୟାଚ୍‌ ନୌସେନା ଅଗ୍ନିବୀରଙ୍କ ସରିଛି ପ୍ରଶିକ୍ଷଣ। ଏଥିସହିତ ଶେଷ ହୋଇଛି ଅଗ୍ନିବୀରଙ୍କ ପାସିଂ ଆଉଟ୍‌ ପରେଡ। ୪ ମାସ ଅହରହ ତାଲିମ ନେବା ପରେ ନୌସେନାରେ ଯୋଗ ଦେଇଛନ୍ତି ୨୫୮୫ ଅଗ୍ନିବୀର। ଏହା ମଧ୍ୟରେ ରହିଛନ୍ତି ୨୭୩ ଜଣ ମହିଳା। ଭାରତୀୟ ସେନାର ଇତିହାସରେ ପ୍ରଥମ ଥର ପାଇଁ ସନ୍ଧ୍ୟା ପରେ ପାସିଂ ଆଉଟ୍‌ ପରେଡ ହୋଇଛି ।

ଅଗ୍ନିବୀରଙ୍କ ପାଇଁ ଏହା କେବଳ ୧୬ ସପ୍ତାହର ସଫଳ ଟ୍ରେନିଂ ନଥିଲା ବରଂ ଭାରତୀୟ ନୌସେନାରେ ନୂଆ ଜୀବନ ଆରମ୍ଭ କରିବାର ଗୌରବର ମୁହୂର୍ତ୍ତ ଥିଲା। ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରି ନୌସେନା ମୁଖ୍ୟ ଆଡମିରାଲ ଆର୍. ହରି କୁମାର ନୂଆ ଅଗ୍ନିବୀରଙ୍କୁ ଭାରତୀୟ ନୌସେନାର ମୂଲ୍ୟବୋଧ, ଗାରିମା ଏବଂ ସାହାସକୁ ପାଥେୟ କରି ଦେଶ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବାକୁ ଆହ୍ୱାନ ଦେଇଛନ୍ତି।

Leave A Reply

Your email address will not be published.