Odisha Link
Bridging the Missing Links in Odisha

ଘର ବାରଣ୍ଡାରୁ ମିଳିଲା ଜଣେ ବ୍ୟକ୍ତିଙ୍କ ମୃତଦେହ

ଗତ ୨୪ ଘଣ୍ଟା ଧରି ଗୋପ ଗାଁରେ ପଡ଼ିରହିଛି ଏକ ମୃତଦେହ

ଓଏଲ୍‌ ବ୍ୟୁରୋ: ବ୍ରହ୍ମଗିରି ଗୋପ ଗାଁରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତିଙ୍କ ମୃତ ଶରୀର ଘର ବାହାରେ ପଡିଥିବା ସୂଚନା ମିଳିଛି। ଘର ବାରଣ୍ଡାରେ ପଡ଼ିଥିବା ମୃତ ବ୍ୟକ୍ତି ଜଣକ ସେହି ଘରେ ଭଡା ନେଇ ରହୁଥିବା ସୂଚନା ମିଳିଛି। ମୃତ ବ୍ୟକ୍ତି ଜଣକ ପଶ୍ଚିମବଙ୍ଗର ହୋଇଥିବାବେଳେ ବ୍ରହ୍ମଗିରି ଗୋପ ଗାଁରେ ଆସି ଭଡା ରହୁଥିଲେ। ତେବେ ମୃତ ବ୍ୟକ୍ତିଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିନାହିଁ।

ଖବର ଅନୁସାରେ, ଗତ ୨୪ ଘଣ୍ଟା ଧରି ଗୋପ ଗାଁରେ ପଡ଼ିରହିଛି ଏକ ମୃତଦେହ। ମୃତ ବ୍ୟକ୍ତି ଜଣକ ପଶ୍ଚିମବଙ୍ଗର ହୋଇଥିବାବେଳେ ସେହି ଘରେ ଭଡ଼ା ରହୁଥିବା ସୂଚନା ମିଳିଛି। ମୃତ୍ୟୁ ବ୍ୟକ୍ତିଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବାବେଳେ, ଏହା ହତ୍ୟା ମଧ୍ୟ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ମୃତଦେହ ଦୀର୍ଘ ସମୟ ଯାଏଁ ପଡ଼ିରହିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଛି।