Odisha Link
Bridging the Missing Links in Odisha

ଚନ୍ଦ୍ରଶେଖରପୁରରେ ୧୦ରୁ ଅଧିକ କୁକୁର ମୃତ, ବିଷ ଦେଇ ମାରିଦେଇଥିବା ସନ୍ଦେହ

ତେବେ ଏଭଳି ଅମାନୁଷିକ କାର୍ଯ୍ୟ କରିବାରେ କିଏ ସମ୍ପୃକ୍ତ ଅଛି ତାହା ଜଣା ପଡ଼ିନାହିଁ।

ଓଏଲ୍‌ ବ୍ୟୁରୋ: ସାଧାରଣତଃ ଆମେ ଜାଣିଛେ ଏ ଦୁନିଆରେ ବିଶ୍ୱସ୍ତ ପ୍ରାଣୀ କହିଲେ କୁକୁରଙ୍କୁ ହିଁ ବୁଝାଏ। ପ୍ରତି ବ୍ୟକ୍ତିଙ୍କ ଅତି ପ୍ରିୟ ସାଜିଛି କୁକୁର। ନିଜ ଘରର ଅନ୍ୟ ସଦସ୍ୟ ମାନଙ୍କ ଭଳି କୁକୁର ପାଳୁଥିବା ମାଲିକ ମାନେ ନିଜ ପୋଷା କୁକୁରଙ୍କ ଯତ୍ନ ନେଇଥାନ୍ତି। ଖାଲି ପୋଷା କୁକୁର ନୁହେଁ ଅନେକ ବୁଲା କୁକୁରଙ୍କ ଯତ୍ନ ନେବାକୁ ମଧ୍ୟ ଅନେକ ବ୍ୟକ୍ତି ଆଗେଇଲେଣି, ହେଲେ ରାଜଧାନୀରେ ଘଟିଥିବା ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଭୁବନେଶ୍ୱର ଚଦ୍ରଶେଖରପୁର ଠାରେ ୧୦ରୁ ଅଧିକ କୁକୁରଙ୍କ ଅଚାନକ ମୃତ୍ୟୁ ହୋଇଥିବା ଜଣା ପଡିଛି।

ସୂଚନା ଅନୁସାରେ, ସୋମବାର ସକାଳେ ଚନ୍ଦ୍ରଶେଖରପୁରର ବିଭିନ୍ନ ସ୍ଥାନରୁ ୬ରୁ ଅଧିକ କୁକୁରଙ୍କ ମୃତ ଶରୀର ଉଦ୍ଧାର କରାଯାଇଛି। ଏପରି ଅଚାନକ କୁକୁରଙ୍କ ମୃତ୍ୟୁ ହେବାର କାରଣ ସ୍ପଷ୍ଟ ନଥିବାବେଳେ କୁକୁର ମାନଙ୍କୁ କିଏ ବିଷ ଦେଇ ମାରିଦେଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ତେବେ ଏଭଳି ଅମାନୁଷିକ କାର୍ଯ୍ୟ କରିବାରେ କିଏ ସମ୍ପୃକ୍ତ ଅଛି ତାହା ଜଣା ପଡ଼ିନାହିଁ। ମାନବିକତା ହରାଇ ଏଭଳି କୁକୁର୍ମ କରିଥିବା ବ୍ୟକ୍ତିଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଟାନ ନେବାକୁ ଥାନାରେ ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ପଶୁ କଲ୍ୟାଣ ବିଭାଗ ପହଂଚି ମୃତ ଶରୀରକୁ ଉଦ୍ଧାର କରିଛନ୍ତି। କୁକୁର ମାନେ ଝାଡା, ବାନ୍ତି କରିଥିବା ଜଣା ପଡିଛି। ହଠାତ ଏଭଳି ସମସ୍ତ କୁକୁରଙ୍କର ଝାଡାବାନ୍ତିରେ ମୃତ୍ୟୁ ହୋଇଥିବାରୁ, କୁକୁରଙ୍କୁ କିଏ ମାରିଦେଇଥିବା ସନ୍ଦେହ ଘେରରେ ରହିଛି।

Leave A Reply

Your email address will not be published.