ପୁରୀରେ ପହଞ୍ଚିଲା ଇଭିଏମ୍, ଆଗୁଆ ନିର୍ବାଚନ ହେବା ନେଇ ପୁଣି ଚର୍ଚ୍ଚା
ସେଗୁଡ଼ିକୁ ପେଣ୍ଠକଟା ଓୟାରହାଉସରେ ରଖାଯାଇଛି।

ଓଏଲ୍ ବ୍ୟୁରୋ: ୨୦୨୪ ଲୋକସଭା ଓ ଓଡ଼ିଶା ବିଧାନସଭା ନିର୍ବାଚନ ଯେତେ ପାଖଉଛି ସେତେ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି। ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ପ୍ରମୁଖ ରାଜନୈତିକ ଦଳ ଗୁଡ଼ିକ ଆରମ୍ଭ କରିଛନ୍ତି ଅଙ୍କକଷା। ରାଜ୍ୟରେ ଆଗୁଆ ନିର୍ବାଚନ ହେବା କଥା ଦୁଇ ଦୁଇ ଥର କହିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବେ ଓଡ଼ିଶା ରାଜନୀତିରେ ବେଶ ସକ୍ରିୟ ଅଛନ୍ତି।
ଏହାରି ମଧ୍ୟରେ ନିର୍ବାଚନ ପୂର୍ବରୁ ହାଇଦ୍ରାବାଦରୁ ଆସି ପୁରୀରେ ପହଞ୍ଚିଛି ୮୨୦୦ ୟୁନିଟ୍ ଇଭିଏମ୍। ସେଗୁଡ଼ିକୁ ପେଣ୍ଠକଟା ଓୟାରହାଉସରେ ରଖାଯାଇଛି। ନିର୍ବାଚନ ନଥାଇ ଇଭିଏମ୍ ଆସିଥିବାରୁ ସଅଳ ନିର୍ବାଚନ ହେବା ନେଇ ପୁଣି ଚର୍ଚ୍ଚା ଜୋର ଧରିଛି।