ଚାକିରି ଦେବା ନାଁରେ ୧୦୦ ଜଣ ଆଶାୟୀଙ୍କୁ ଠକେଇ
ପୂର୍ବରୁ ୨ଶହ ଆଶାୟୀ ଠକେଇ ହୋଇଥିବା ଖବର ସାମ୍ନାକୁ ଆସିଥିଲା।

ଓଏଲ୍ ବ୍ୟୁରୋ: ନକଲି ସାର୍ଟିଫିକେଟ ଘଟଣାକୁ ନେଇ ବିବାଦ ଲାଗି ରହିଥିବାବେଳେ ଚାକିରି ଦେବା ନାଁରେ ବାଲେଶ୍ୱର ଜିଲ୍ଲାରେ କୋଟିଏ ଟଙ୍କାର ଠକେଇ ହୋଇଥିବା ଖବର ସାମ୍ନାକୁ ଆସିଛି। ମହିଳା ଓ ଶିଶୁ ବିକାଶ ବିଭାଗରେ ଚାକିରି ଦେବା ନାଁରେ ଠକେଇ ହୋଇଥିବା ଜଣା ପଡିଛି। ପ୍ରାୟ ୧୦୦ ଜଣ ଚାକିରି ଆଶାୟୀ ଏହି ଠକେଇର ଶିକାର ହୋଇଛନ୍ତି। ତେବେ ଏହି ଘଟଣାରେ ୫ ଜଣଙ୍କୁ ଅଟକ ରଖିଛି ସହଦେବଖୁଣ୍ଟା ପୁଲିସ।
ଖବର ଅନୁସାରେ, ପୂର୍ବରୁ ୨ଶହ ଆଶାୟୀ ଠକେଇ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ଚାକିରି ଦେବାକୁ କହି ୨ଶହ ଆଶାୟୀଙ୍କୁ ଠକିଥିଲେ ଦୁଇ ଅଭିଯୁକ୍ତ। ସମ୍ପୃକ୍ତ ୨ ଅଭିଯୁକ୍ତ ହେଲେ ରାଜକିଶୋର ପଟ୍ଟନାୟକ ଓ ଅରୁଣ ମହାନ୍ତି। ଦୁଇ ଅଭିଯୁକ୍ତଙ୍କଠାରୁ ବହୁ ଫେକ୍ ସରକାରୀ ଡକୁମେଣ୍ଟ, ନିଯୁକ୍ତି ପତ୍ର, ଲୋକସେବା ଭବନର ଜଏନିଂ ଲେଟର ଓ ସିଲ୍ ଜବତ ହୋଇଥିଲା।
ଚାକିରୀ କରିବା ପାଇଁ ଆଶାୟୀ ପ୍ରାର୍ଥୀ ମାନଙ୍କୁ ପିଅନ, କିରାଣି, ଆଗ୍ନିକ, ସୁରକ୍ଷା କର୍ମୀ ଚାକିରି ଦେବାକୁ କହି ଠକୁଥିଲେ ଦୁଇ ଅଭିଯୁକ୍ତ। ତେବେ ଏନେଇ ଅଭିଯୋଗ ହେବା ପରେ ଠକେଇ କରୁଥିବା ଦୁଇ ଅଭିଯୁକ୍ତ ରାଜକିଶୋର ପଟ୍ଟନାୟକ ଓ ଅରୁଣ ମହାନ୍ତିଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଥିଲା।