ନଦୀରେ ବୁଡ଼ି ୩ ଛାତ୍ର ମୃତ
ଗୋଟିଏ କଲେଜରେ ପଢ଼ୁଥିବା ଏହି ୩ ଛାତ୍ର ସାଙ୍ଗ ହୋଇ ନଦୀରେ ଗାଧୋଉ ଥିଲେ।

ଓଏଲ୍ ବ୍ୟୁରୋ: ଭଦ୍ରକ ନାଳିଆ ନଦୀରେ ଘଟିଥିବା ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ନଦୀରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଭଦ୍ରକ ଗ୍ରାମାଞ୍ଚଳ ଥାନା ଲାଙ୍ଗୁଡ଼ି ଅଞ୍ଚଳରେ ୩ ଛାତ୍ର ଗାଧୋଇଲା ବେଳେ ପାଣିରେ ବୁଡିଯାଇଥିଲେ। ନଦୀରେ ବୁଡି ଯିବାରୁ ୩ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଛାତ୍ର।
ଖବର ଅନୁସାରେ, ଭଦ୍ରକ ନାଳିଆ ନଦୀରେ ୩ ଛାତ୍ର ଗାଧୋଉ ଥିଲେ। ଗୋଟିଏ କଲେଜରେ ପଢ଼ୁଥିବା ଏହି ୩ ଛାତ୍ର, ସାଙ୍ଗ ହୋଇ ନଦୀରେ ଗାଧୋଉ ଥିଲେ। ନଦୀରେ ଗାଧୋଇବା ସମୟରେ କୌଣସି କାରଣରୁ ନଦୀରେ ବୁଡି ଯାଇଥିଲେ। ଫଳରେ ତାଙ୍କର ପ୍ରାଣ ଚାଲିଯାଇଥିବା ଜଣା ପଡିଛି।