ନାବାଳକ ସମର୍ଥ ଅଗ୍ରୱାଲ ହତ୍ୟା ଘଟଣା: ଆତ୍ମହତ୍ୟା ଉଦ୍ୟମ କଲେ ଅଭିଯୁକ୍ତ
୫୦ଲକ୍ଷ ପାଇଁ ନାବାଳକକୁ ଅପହରଣ କରିବା ପରେ ଦୁର୍ବୁତ୍ତ ମାନେ ନାବାଳକ ସମର୍ଥ ଅଗ୍ରୱାଲଙ୍କୁ ହତ୍ୟା କରିଥିଲେ।

ଓଏଲ୍ ବ୍ୟୁରୋ: ଟଙ୍କା ଲୋଭରେ ମଣିଷ ସାଜିଲା ନର ରାକ୍ଷସ। ୫୦ଲକ୍ଷ ଟଙ୍କା ପାଇଁ ଝାରସୁଗୁଡ଼ାରେ ଘଟିଥିବା ଏକ ଦୁଃଖଦ ଖବର ସାମ୍ନାକୁ ଆସିଥିଲା। ଜଣେ ନାବାଳକକୁ ଟଙ୍କା ଲୋଭରେ ଅପହରଣ କରାଯାଇଥିଲା। ନାବାଳକକୁ ପ୍ରଥମେ ଝାରସୁଗୁଡ଼ାରୁ ଅପହରଣ କରିଥିଲେ ଦୁର୍ବୁତ୍ତ। ପରେ ବରଗଡ଼ରେ ନାବାଳକଙ୍କୁ ହତ୍ୟା କରି ପୋଡ଼ିଦେଇଥିବା ସୂଚନା ମିଳିଥିଲା। ନାବାଳକ ସମର୍ଥ ଅଗ୍ରୱାଲଙ୍କ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ଅମିତ ଶର୍ମା ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି।
ଖବର ଅନୁସାରେ, ଗତ ୨୭ରେ ଜଣେ ବ୍ୟବସାୟୀଙ୍କ ପୁଅକୁ ଅପହରଣ ଅଭିଯୋଗ ହୋଇଥିବା ସାମ୍ନାକୁ ଆସିଥିଲା। ୫୦ଲକ୍ଷ ପାଇଁ ନାବାଳକକୁ ଅପହରଣ କରିବା ପରେ ଦୁର୍ବୁତ୍ତ ମାନେ ନାବାଳକ ସମର୍ଥ ଅଗ୍ରୱାଲଙ୍କୁ ହତ୍ୟା କରିଥିଲେ। ତେବେ ଏହି ଘଟଣାର ଅଭିଯୋଗ କ୍ରମେ ମାମଲାର ତଦନ୍ତ କରି ୨ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ଝାରସୁଗୁଡ଼ା ପୁଲିସ। ଘଟଣାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ଅମିତ ଶର୍ମା ରିଜର୍ଭ ବାଟାଲିଅନ ବାଥରୁମ ଦର୍ପଣ କାଚ ଭାଙ୍ଗି ହାତ କାଟିବା ପରେ ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସାଳୟ ସ୍ତାନାନ୍ତର କରିଛି ପୁଲିସ।