ଟ୍ରକ୍ ଧକ୍କାରେ ଚାଲିଗଲା ନାବାଳକର ଜୀବନ
ଟ୍ରକ ଧକ୍କା ଦେବା ଦ୍ୱାରା ଘଟଣାସ୍ଥଳରେ ନାବାଳକର ମୃତ୍ୟୁ ହୋଇଥିଲା।
ଓଏଲ୍ ବ୍ୟୁରୋ: ଭୁବନେଶ୍ବର ମଞ୍ଚେଶ୍ୱର ଥାନା ପାଣ୍ଡାରା ଛକରେ ଘଟିଥିବା ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏକ ଟ୍ରକ୍ ଧକ୍କା ଦେବା ଦ୍ୱାରା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ୍ ଧକ୍କା ଦେବା ଦ୍ୱାରା ଦୁର୍ଘଟଣାରେ ଜଣେ ନାବାଳକର ଜୀବନ ଚାଲିଯାଇଥିବା ସୂଚନା ମିଳିଛି। ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ନାବାଳକର ସ୍ପଷ୍ଟ ପରିଚୟ ମିଳିପାରିନାହିଁ।
ଖବର ଅନୁସାରେ, ସାଇକେଲରେ ଜଣେ ନାବାଳକ ଅନ୍ୟତ୍ର ଯାଉଥିବା ବେଳେ ଗୋଟେ ଟ୍ରକ ତାଙ୍କୁ ପଛରୁ ଧକ୍କା ଦେଇଥିଲା। ଟ୍ରକ ଧକ୍କା ଦେବା ଦ୍ୱାରା ଘଟଣାସ୍ଥଳରେ ନାବାଳକର ମୃତ୍ୟୁ ହୋଇଥିଲା। ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ନାବାଳକର ପରିଚୟ ମିଳିପାରିନଥିବା ବେଳେ ଦୁର୍ଘଟଣା ପରେ ଘଟଣା ସ୍ଥଳରୁ ଟ୍ରକଟି ଫେରାର ହୋଇଯାଇଛି। ଘଟଣା ସ୍ଥଳରେ ପୁଲିସ ପହଂଚି ତଦନ୍ତ ଜାରି କରିଛି।