ବଦଳିଲା ଟ୍ୱିଟର ଲୋଗୋ
ଡଗିକୁ ଟ୍ୱିଟରର ନୂଆ ଲୋଗୋ ବନାଇଛନ୍ତି ଏଲନ ମସ୍କ।

ଓଏଲ୍ ବ୍ୟୁରୋ: ସୋମବାର ରାତିରେ ଟ୍ୱିଟରରେ ବଡ଼ ଧରଣର ପରିବର୍ତ୍ତନ ହୋଇଛି। ବିଳମ୍ବିତ ରାତିରେ ବଦଳିଲା ଟ୍ୱିଟରର ଲୋଗୋ। ନୀଳ ପକ୍ଷୀ ବଦଳରେ ‘ଡଗି’ ହେଲା ନୂଆ ଲୋଗୋ। ଏଲନ ମସ୍କ ଟ୍ୱିଟର ଲୋଗୋ ବଦଳାଇଥିବା ସୂଚନା ମିଳିଛି। ପୂର୍ବରୁ ଟ୍ୱିଟରରେ ଥିବା ନୀଳ ପକ୍ଷୀକୁ ବର୍ତ୍ତମାନ ହଟାଇଦିଆଯାଇଛି। ଡଗିକୁ ଟ୍ୱିଟରର ନୂଆ ଲୋଗୋ ବନାଇଛନ୍ତି ଏଲନ ମସ୍କ। ଟ୍ୱିଟରରେ ବ୍ଲୁ ଟିକ୍ ବଦଳରେ ଆସିଲା ୟେଲୋ ଟିକ୍। ନୀଳ ପକ୍ଷୀ ସ୍ଥାନରେ ୟୁଜର୍ସ ଦେଖିବାକୁ ପାଇଛନ୍ତି ଡଗି।
ଖବର ଅନୁସାରେ, ଗତବର୍ଷ ୪୪ ଆରବ ଡଲାରରେ ଟ୍ୱିଟର କିଣିଥିଲେ ଏଲନ ମସ୍କ। ବର୍ତ୍ତମାନ ଟ୍ୱିଟରର ଲୋଗୋ ବଦଳିବା ନେଇ ଏଲନ ମସ୍କ ଦୁଇଟି ମଜାଦାର ଫଟୋ ପୋଷ୍ଟ କରିଛନ୍ତି। ଗୋଟିଏରେ କାରରେ ଡଗି ଡ୍ରାଇଭର ସିଟରେ ବସିଛି। ଟ୍ରାଫିକ ପୋଲିସ ଲାଇସେନ୍ସ ଚେକ୍ କରିବା ବେଳେ ନୀଳ ପକ୍ଷୀର ଚିତ୍ର ରହିଛି। ସେତେବେଳେ ଡଗି କହୁଛି, ଏହା ପୁରୁଣା ଫଟୋ। ଆଉ ଏକ ଟ୍ୱିଟରେ କୁକୁର ସିଇଓ ଟି-ସାର୍ଟ ପିନ୍ଧି ଚେୟାରରେ ବସିଥିବା ଫଟୋ ପୋଷ୍ଟ କରି ଟ୍ୱିଟରର ନୂଆ ସିଇଓ ବୋଲି କହିଛନ୍ତି ଏଲନ ମସ୍କ।