ବର୍ଷାରେ ଅଘଟଣ: ଖସିଲା ରାମେଶ୍ୱର ମନ୍ଦିରର ଦଧିନଉତି
ଘଡ଼ଘଡ଼ି ମାରିବାରୁ ମନ୍ଦିର ଦଧିନଉତି ଭାଙ୍ଗିପଡ଼ିଛି

ଓଏଲ୍ ବ୍ୟୁରୋ: ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସହ ଘଡଘଡି ଲାଗିରହିଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ, ଆଜି ସକାଳ ୮.୩୦ ସୁଧା କଟକ ସହରରେ ୪୧.୮ ମିମି ରେକର୍ଡ ହୋଇଥିବା ବେଳେ ଭୁବନେଶ୍ୱରରେ ୧୪.୭ ମିମି ବର୍ଷା ରେକର୍ଡ କରାଯାଇଛି। ଭୁବନେଶ୍ୱରରେ ପ୍ରବଳ ବର୍ଷାରେ ଘଟିଥିବା ଏକ ଅଘଟଣ ଖବର ସାମ୍ନାକୁ ଆସିଛି। ଭୁବନେଶ୍ୱର ସ୍ତିତ ରାମେଶ୍ୱର ମନ୍ଦିରର ଦଧିନଉତି ଖସି ପଡିଛି। ଘଡ଼ଘଡ଼ି ମାରିବାରୁ ମନ୍ଦିର ଦଧିନଉତି ଭାଙ୍ଗିପଡ଼ିଛି। ମନ୍ଦିର ଭିତରେ ସେବାୟତମାନେ କାମ କରୁଥିବା ବେଳେ ଏହି ଅଘଟଣ ଘଟିଛି।
ସୂଚନା ଅନୁସାରେ, ଆଜି ଟ୍ୱିନ ସିଟି ଭୁବନେଶ୍ୱର ଏବଂ କଟକରେ ତୀବ୍ର (୧ ରୁ ୨ ସେମି ଘଣ୍ଟା ପ୍ରତି)ରୁ ଅତି ତୀବ୍ର (୨ ରୁ ୩ ସେମି) ବୃଷ୍ଟିପାତ ଲାଗିରହିଥିବାରୁ ଟ୍ରାଫିକ ଜନିତ ସମସ୍ୟା ଉପୁଜିବାର ସମ୍ଭାବନା ରହିଛି। ତଳୁଆ ଅଂଚଳରେ ପାଣି ଜମିବ ତଥା ଅଣ୍ଡରପାସ ରୋଡ଼ରେ ପାଣି ଜମିବା ସମ୍ଭାବନା ରହୁଥିବାରୁ ଆବଶ୍ୟକ ନଥିଲେ ଯାତାୟାତରୁ ନିବୃତ ରହିବାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।