Odisha Link
Bridging the Missing Links in Odisha

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଜଣେ ମୃତ, ଜଣେ ଗୁରୁତର ଆହତ

ଇଲେକ୍ଟ୍ରିଖୁଣ୍ଟରେ ଇଣ୍ଡିକା ପିଟିହେବା ପରେ ଘଟଣାସ୍ଥଳରେ ଜଣଙ୍କ ଜୀବନ ଚାଲିଯାଇଥିବାବେଳେ ଜଣେ ଗୁରୁତର ଭାବେ ଆହତ

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ବର୍ଷା ଲାଗି ରହିଛି। ଏହାରି ମଧ୍ୟରେ ସାଲେପୁର ନିକଟରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। କଟକ ସାଲେପୁର ନିକଟରେ ଭାରସାମ୍ୟ ହରାଇ ଇଲେକ୍ଟ୍ରିଖୁଣ୍ଟରେ ଇଣ୍ଡିକା ପିଟି ହୋଇଯାଇଛି। ଇଲେକ୍ଟ୍ରିଖୁଣ୍ଟରେ ଇଣ୍ଡିକା ପିଟିହେବା ପରେ ଘଟଣାସ୍ଥଳରେ ଜଣଙ୍କ ଜୀବନ ଚାଲିଯାଇଥିବାବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ଗୁରୁତର ଆହତ ହୋଇଥିବା ବ୍ୟକ୍ତିଙ୍କୁ ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.