Odisha Link
Bridging the Missing Links in Odisha

ଅନଲାଇନ ଚିଟ୍‌ଫଣ୍ଡ: ୩ ଅଭିଯୁକ୍ତଙ୍କ ନାଁରେ ଲୁକ୍‌ ଆଉଟ୍‌ ସର୍କୁଲାର୍ ଜାରି

ଓଏଲ୍‌ ବ୍ୟୁରୋ: ଆଜିକାଲି ବିଭିନ୍ନ ଉପାୟ ଅବଲମ୍ବନ କରି ଠକମାନେ ଠକେଇ କରିବାରେ ଲାଗିଛନ୍ତି। କେତେବେଳେ ବ୍ୟାଙ୍କ ସାମ୍ନାରୁ ମାରଣାସ୍ତ୍ର ଦେଖାଇ ତ କେତେବେଳେ ଅନଲାଇନ ଠକେଇ। ତେବେ ଅନଲାଇନ୍ ସ୍କାମ୍‌ ଘଟଣାରେ ୩ ଚାଇନିଜ୍‌ଙ୍କ ନାଁରେ ଲୁକ୍‌ ଆଉଟ୍‌ ସର୍କୁଲାର୍ ଜାରି କରାଯାଇଛି। ଇଓଡବ୍ଲୁ ଚିଠି ଆଧାରରେ ବ୍ୟୁରୋ ଅଫ୍ ଇମିଗ୍ରେସନ ପକ୍ଷରୁ ସର୍କୁଲାର ଜାରି ହୋଇଛି।

ଜଣେ ମହିଳାଙ୍କ ସମେତ ୩ ଜଣ ଚୀନ୍ ନାଗରିକଙ୍କ ନାଁରେ ସର୍କୁଲାର ଜାରି କରାଯାଇଛି। ଅନଲାଇନ ଚିଟଫଣ୍ଡ ନାଁରେ ଶହେ କୋଟିରୁ ଅଧିକ ଟଙ୍କାର ଠକେଇ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ନକଲି ଆକାଉଣ୍ଟ, ନକଲି କମ୍ପାନୀ ଓ କ୍ରିପ୍ଟୋ କାରବାର ନାଁରେ ଠକେଇ ହୋଇଥିଲା। ତେବେ ଏହି ଘଟଣାରେ କଡ଼ା କାର୍ଯ୍ୟଅନୁଷ୍ଠାନ ଗ୍ରହଣ କରାଯାଇଛି।

Leave A Reply

Your email address will not be published.