Odisha Link
Bridging the Missing Links in Odisha

ଜାଗା ମିଶନ: ୬ଟି କିସ୍ତିରେ ଦେବାକୁ ପଡ଼ିବ ପ୍ରିମିୟମ

ଓଏଲ୍‌ ବ୍ୟୁରୋ: ଜାଗା ମିଶନ ନେଇ ଆଜି ଆଉ ଏକ ବଡ଼ ଘୋଷଣା ହୋଇଛି। ବସ୍ତିବାସିନ୍ଦା ୬ ମାସରେ ୬ଟି କିସ୍ତିରେ ଦେଇ ପ୍ରିମିୟମ ଟଙ୍କା ସୁଝିବେ। ଏନେଇ ଆଜି ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି। ବିଏମସି କାର୍ଯ୍ୟାଳୟରେ ହିତାଧିକାରୀଙ୍କ ଭିଡ ପରେ କମିଶନର ଏହି ସୂଚନା ଦେଇଛନ୍ତି।

ଡିମାଣ୍ଡ ନୋଟିସର ୩ ଦିନ ମଧ୍ୟରେ ବିଏମସି ଅଫିସ ଆସିବେ। ୩୨୩ ବର୍ଗଫୁଟ ପାଇଁ ଦେୟ ପଡିବନି। ଅଧିକ ହେଲେ ପ୍ରିମିୟମ ଦେବାକୁ ପଡ଼ିବ ବୋଲି ସୂଚନା ରହିଛି। କେହି ଅଧିକ ପ୍ରିମିୟମର ଅଭିଯୋଗ ଆଣିଲେ ତଦନ୍ତ ହେବ। ବିଏମସି ପକ୍ଷରୁ ସର୍ଭେ କରି ଅଭିଯୋଗର ତଦନ୍ତ କରାଯିବ ବୋଲି କମିଶନର କହିଛନ୍ତି।

Leave A Reply

Your email address will not be published.