Odisha Link
Bridging the Missing Links in Odisha

ପ୍ରବଳ ବର୍ଷାର ଆଶଙ୍କା! ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି

ଓଏଲ୍ ବ୍ୟୁରୋ: ରାଜ୍ୟରେ କିଛି ଜିଲ୍ଲାରେ ତାତିରୁ ଏକପ୍ରକାର ତ୍ରାହି ମିଳିଛି। ପୂର୍ବରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସହ ଘଡ଼ଘଡ଼ି ଓ ବିଜୁଳି ଅନୂଭତ ହୋଇଥିଲା। ବର୍ଷା ପ୍ରଭାବରେ ବିଭିନ୍ନ ସ୍ଥାନରେ ପାଣି ଜମିଥିବା ଦେଖିବାକୁ ମିଳିଥିଲା। ରାଜଧାନୀରେ ଅଚାନକ ବର୍ଷା ହେବାରୁ ବିଭିନ୍ନ ସ୍ଥାନରେ ଟ୍ରାଫିକ ଜନିତ ସମସ୍ୟା ସୃଷ୍ଟି ହୋଇଥିଲା। ତେବେ ଆଜି ମଧ୍ୟ ପ୍ରବଳ ବର୍ଷା ହେବାର ଆଶଙ୍କା କରାଯାଉଛି।

ସୂଚନା ଅନୁସାରେ, ରାଜ୍ୟରେ ମୌସୁମୀ ଦୁର୍ବଳ ହେତୁ ତାତି ଅନୁଭୁତ ହେଉଥିଲା। ରାଜଧାନୀ ଭୁବେଶ୍ବରଠାରେ ବର୍ଷା ହେତୁ ଏକ ପ୍ରକାର ଥଣ୍ଡା ଅନୁଭୂତ ହେଉଛି। ଆସନ୍ତାକାଲି ଉତ୍ତର ବଙ୍ଗୋପସାଗର ରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ପରବର୍ତୀ ୪୮ଘଣ୍ଟାରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

Leave A Reply

Your email address will not be published.