Odisha Link
Bridging the Missing Links in Odisha

ଏସଟିଏଫର ଚଢ଼ାଉ, ଉଦ୍ଧାର ହେଲା ଜୀବନ୍ତ ବଜ୍ରକାପ୍ତା

ଓଏଲ୍‌ ବ୍ୟୁରୋ: ଏସଟିଏଫର ଚଢ଼ାଉ ସମୟରେ ଏକ ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରାଯାଇଛି। ଏସଟିଏଫର ଏକ ଟିମ୍ ଜୟପୁର ବନ ବିଭାଗର ବନ ଅଧିକାରୀ ତଥା କୋରାପୁଟ ଜିଲ୍ଲା ପୁଲିସର ସହାୟତାରେ ଗତକାଲି ସନ୍ଧ୍ୟାରେ ଜୟପୁର-ବାଇପାରିଗୁଡା ବାଇପାସ୍ ଅନ୍ତର୍ଗତ ବଇପାରିଗୁଡା ଥାନା ନିକଟସ୍ତ ଖଡ଼ୁପଡାର ଛକ ନିକଟରେ ଚଢ଼ାଉ କରିଥିଲେ।

ଏହି ସମୟରେ ବନ୍ୟଜନ୍ତୁ ଅପରାଧୀଙ୍କୁ ଏସଟିଏଫ ଧରିଥିଲେ। ଏହା ପରେ ଏସଟିଏଫ ଖୋଜାଖୋଜି କରିବା ସମୟରେ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିଲେ। ଏହା ପରେ ସେମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଏନେଇ ଅଧିକ ତଦନ୍ତ ଜାରି କରାଯାଇଛି। ଏଥିରେ ସମ୍ପୃକ୍ତ ବନ୍ୟଜନ୍ତୁ ଅପରାଧୀଙ୍କ ବିରୋଧରେ ସ୍ୱତନ୍ତ୍ର ଡ୍ରାଇଭ୍ ଜାରି ରହିଛି।