Odisha Link
Bridging the Missing Links in Odisha

ରାଜ୍ୟରେ ଲଗାଣ ବର୍ଷା ଜାରି: ୫ ପ୍ରତିଶତ ନିଅଣ୍ଟିଆ ବର୍ଷା ଭରଣ

ଓଏଲ୍‌ ବ୍ୟୁରୋ: ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ସାରା ରାଜ୍ୟରେ ଲଗାଣ ବର୍ଷା ପ୍ରଭାବରେ ଗତ ୩ ଦିନର ବର୍ଷାରେ ୫ ପ୍ରତିଶତ ନିଅଣ୍ଟିଆ ବର୍ଷା ଭରଣ ହୋଇଛି। ଏନେଇ ପ୍ରେସମିଟରେ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି। ସ୍ୱାଭାବିକ ବର୍ଷା ୧୦୪୪.୯ ତୁଳନାରେ ୯୭୫.୨ ମିମି ବର୍ଷା ହୋଇଛି। ୩ ଦିନ ପୂର୍ବରୁ ୧୨ ପ୍ରତିଶତ ନିଅଣ୍ଟିଆ ବର୍ଷା ଥିଲା, ଏବେ ୭ପ୍ରତିଶତ ନିଅଣ୍ଟିଆ।

ଗତ ୨୪ ଘଣ୍ଟାରେ ୪୭.୫ ମିମି ସ୍ୱାଭାବିକ ଠାରୁ ୫୨୪ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଛି। ଏବେ ମାତ୍ର ୪ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି। ଆଗାମୀ ୨୪ ଘଣ୍ଟାରେ ଆହୁରି ବର୍ଷା ହେବ, ନିଅଣ୍ଟିଆ ପ୍ରାୟ ଭରଣ ହୋଇଯିବ। ଚଳିତ ମାସ ଯେତେ ବର୍ଷା ହେବାର ଅଛି, ୮୧ ପ୍ରତିଶତ ବର୍ଷା ହୋଇସାରିଥିବା ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି।