Odisha Link
Bridging the Missing Links in Odisha

ଲିବ୍ୟାରେ ପ୍ରକୃତିର ତାଣ୍ଡବ, ୬ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ

ଓଏଲ୍‌ ବ୍ୟୁରୋ: ଆଫ୍ରିକୀୟ ଦେଶ ଲିବ୍ୟାରେ ପ୍ରକୃତିର ତାଣ୍ଡବ। ଆଫ୍ରିକୀୟ ଦେଶ ଲିବ୍ୟାରେ ସାମୁଦ୍ରିକ ଝଡ ‘ଡାନିଏଲ’ ପ୍ରଳୟ ସୃଷ୍ଟି କରିଛି। ଲିବ୍ୟାରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟାସ୍ଥିତି ସୃଷ୍ଟି ହୋଇଥିଲା। ଏହା ପ୍ରଭାବରେ ୫ହଜାର ଲୋକଙ୍କ ମୃତ୍ୟୁ ହୋଇଛି। ଝଡ଼ ଓ ବନ୍ୟା ପ୍ରଭାବରେ ଅନେକ ଉପକୂଳ ସହର ଜଳାର୍ଣ୍ଣବ ହୋଇଥିଲା। ଆଫ୍ରିକୀୟ ଦେଶ ଲିବ୍ୟାରେ ସାମୁଦ୍ରିକ ଝଡ ‘ଡାନିଏଲ’ ପ୍ରଭାବରେ ଦୁଃଖର ଲହରୀ ଖେଳିଯାଇଛି।

ଭୂମିକମ୍ପ ଓ ବନ୍ୟା ବନ୍ୟା ଛାଡିଗଲା ପରେ ସ୍ଥିତି ଅତି ଭୟଙ୍କର ହୋଇପଡିଛି। ଏବେ ଚାରିଆଡେ ଖାଲି କୁଢ କୁଢ ଶବ ଦେଖିବାକୁ ମିଳିଛି। ଲିବ୍ୟାରେ ଗତ ଶନିବାର ଆସିଥିବା ଭୟଙ୍କର ବନ୍ୟା ପ୍ରଳୟଙ୍କରୀ କ୍ଷତି ଘଟାଇଛି। ବନ୍ୟା ଯୋଗୁଁ ୬ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି ଏବଂ ୧୦ ହଜାରରୁ ଅଧିକ ଲୋକ ନିଖୋଜ ଅଛନ୍ତି। ବନ୍ଦର ସହର ଡେର୍ନା ସମ୍ପୂର୍ଣ୍ଣ ଛାରଖାର ହୋଇଯାଇଛି। ୨ଟି ଡ୍ୟାମ୍‌ ଭୁଶୁଡ଼ି ପଡ଼ିବାରୁ ଅକଳ୍ପନୀୟ କ୍ଷୟକ୍ଷତି ଦେଖିବାକୁ ମିଳିଛି। ରାସ୍ତା ଘାଟରେ କୁଢ଼ କୁଢ଼ ଶବ ଗଦା ‌ହୋଇଛି। ଲିବିୟା‌ରେ ମୃତ୍ୟୁର ଏଭଳି ତାଣ୍ଡବ ଦେଖି ଲୋକେ ସ୍ତବ୍ଧ ହୋଇଯାଇଛନ୍ତି।

Leave A Reply

Your email address will not be published.