Odisha Link
Bridging the Missing Links in Odisha

ହନିଟ୍ରାପ କୁଇନ୍ ଇରାନୀ ପାତ୍ର ଠକେଇ ମାମଲା: ସାମ୍ନାକୁ ଆସିଲା ଅନେକ ତଥ୍ୟ

ଓଏଲ୍ ବ୍ୟୁରୋ: ବହୁ ଚର୍ଚ୍ଚିତ ହନିଟ୍ରାପ କୁଇନଙ୍କ ମାମଲା ନସରୁଣୁ ଆଉ ଜଣେ ହନିଟ୍ରାପ କୁଇନ ଗିରଫ ହୋଇଛନ୍ତି। ଗିରଫ ହୋଇଥିବା ହନିଟ୍ରାପ କୁଇନ ହେଉଛନ୍ତି ଇରାନୀ ପାତ୍ର। ହନିଟ୍ରାପ କୁଇନ୍ ଇରାନୀ ପାତ୍ର ଠକେଇ ମାମଲାରେ ପୁଲିସ ହାତରେ ଲାଗିଛି ସ୍ୱାମୀ ନିଶିକାନ୍ତର ଆକାଉଣ୍ଟ ଟ୍ରାଞ୍ଜାକ୍ସନ। ୩ଜଣଙ୍କ ଠାରୁ ଟଙ୍କା ଆକାଉଣ୍ଟକୁ ଆସିଥିବା ପୁଲିସ ଜାଣିବାକୁ ପାଇଛି। ଗୋଟିଏ ଆକାଉଣ୍ଟରୁ ୩ଲକ୍ଷରୁ ଅଧିକ ଟଙ୍କାର ଟ୍ରାଜାକ୍ସନ ହୋଇଥିବା ପୁଲିସ ଜାଣିବାକୁ ପାଇଛି। ଡାକ୍ତର, ବ୍ୟବସାୟୀ ଓ ଜଣେ ଛାତ୍ରଙ୍କ ନିଶିକାନ୍ତ ଆକାଉଣ୍ଟକୁ ଟଙ୍କା ଆସିଛି। ଆବଶ୍ୟକ ପଡ଼ିଲେ ଅଧିକ ତଦନ୍ତ ପାଇଁ ପୁଲିସ ଇରାନୀକୁ ରିମାଣ୍ଡରେ ଆଣିପାରେ।

ଅନ୍ୟପଟେ, ହନିଟ୍ରାପ କୁଇନ ଇରାନୀଙ୍କ ସ୍ବାମୀ ନିଶିକାନ୍ତ ପାତ୍ର ରିମାଣ୍ଡରେ ଆସିବେ। ୫ଦିନ ରିମାଣ୍ଡରେ ଆଣିବା ଲାଗି ଏସଡିଜେଏମ କୋର୍ଟରେ ଆବେଦନ କରିଛି। ତେବେ ରିମାଣ୍ଡରେ ଆସିଲେ ହନିଟ୍ରାପ ଲିଙ୍କ ଖୋଲିବ ବୋଲି ଅନୁମାନ କରାଯାଉଛି। ଆଗକୁ ଇରାନୀକୁ ମଧ୍ୟ ରିମାଣ୍ଡରେ ପୁଲିସ ଆଣିବ ବୋଲି ସୂଚନା ରହିଛି। ଏବେ ସୁଦ୍ଧା ଗ୍ୟାଙ୍ଗ ବିରୋଧରେ ୩ଟି ମାମଲା ରୁଜୁ ହୋଇଥିବା ସୂଚନା ରହିଛି। ତେବେ ଏହି ମାମଲାର ତଦନ୍ତ ଆରମ୍ଭ କରାଯାଇଛି।

Leave A Reply

Your email address will not be published.