Odisha Link
Bridging the Missing Links in Odisha

ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା ପାଇଁ ଜୋର ଦାବି: ଅକ୍ଟୋବର ୩ରେ ଓଡ଼ିଶା ବନ୍ଦ ଡ଼ାକରା

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଚାରିଦୁଆର ଖୋଲାଯିବା ପ୍ରସଙ୍ଗକୁ ନେଇ ଦାବି ଜୋର ଧରିଛି। ଶ୍ରୀମନ୍ଦିର ରତ୍ନଭଣ୍ଡାର ସୁରକ୍ଷା ଦାବି କରି ଆସନ୍ତା ମାସ ଅକ୍ଟୋବର ୩ ତାରିଖରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଓଡିଶା ବନ୍ଦ ଡାକରା ଦେଇଛି। କାଳିଆ ଠାକୁର ଓ ତାଙ୍କ ଭକ୍ତଙ୍କ ପାଇଁ ଗୋଟିଏ ଦିନ ଅଖଚକ ବନ୍ଦ କରାଯିବ ବୋଲି ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଏକ ବିଜ୍ଞପ୍ତି ଜାରି କରିଛନ୍ତି। ଏବଂ ଏହା ସମ୍ପୂର୍ଣ୍ଣ ଶାନ୍ତି ପୂର୍ଣ୍ଣ ଭାବରେ କରାଯିବ ବୋଲି ସୂଚନା ରହିଛି।

ଅନ୍ୟପଟେ, ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାକୁ ସରକାରଙ୍କ ପାଖରେ ଶ୍ରୀମନ୍ଦିର ପରିଚାଳନା କମିଟି ସୁପାରିଶ କରିଛି। ଆଗାମୀ ରଥଯାତ୍ରା ସମୟରେ ଖୋଲିବାକୁ କମିଟି ସୁପାରିଶ କରିଛି। ତେବେ ଏ ନେଇ ବୈଠକ ପରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି।

ଏହା ସହ ରତ୍ନଭଣ୍ଡାର ଖୋଲିବାର ତଦାରଖ ପାଇଁ ଉଚ୍ଚସ୍ତରୀୟ ଟିମ୍‌ ହେବ। ଟିମ୍‌ର ମୁଖ୍ୟ ହେବେ ସୁପ୍ରିମ୍‌କୋର୍ଟ ବା ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି। ଭିତର ରତ୍ନଭଣ୍ଡାର ଖୋଲିବାର ସମସ୍ତ ବ୍ୟବସ୍ଥାର ଟିମ୍‌ ତଦାରଖ କରିବ। ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଯାଞ୍ଚ ପାଇଁ ଏଏସ୍‌ଆଇକୁ ଅନୁମତି ଦେବା ସହ ରଥଯାତ୍ରା ପୂର୍ବରୁ ବୈଷୟିକ ଜ୍ଞାନକୌଶଳ ଜରିଆରେ ଯାଞ୍ଚ କରାଯିବ ବୋଲି ସୂଚନା ରହିଛି।

Leave A Reply

Your email address will not be published.