Odisha Link
Bridging the Missing Links in Odisha

ଓଡ଼ିଶା ପାଇଁ ଗୌରବ ଆଣିଲେ ଓଡ଼ିଆ ଝିଅ, ସ୍ୱାତୀ ନାୟକ ପାଇବେ ନରମାନ ବୋରଲାଗ ଫିଲ୍ଡ ପୁରସ୍କାର

ଓଏଲ୍‌ ବ୍ୟୁରୋ: ଓଡ଼ିଶା ପାଇଁ ଗୌରବ ଆଣିଲେ ଓଡ଼ିଆ ଝିଅ। ଏହି ପରିପ୍ରେକ୍ଷୀରେ ଓଡ଼ିଆ ବୈଜ୍ଞାନିକଙ୍କୁ ବଡ଼ ସଫଳତା ମଧ୍ୟ ଆମିଲିଛି। ୨୦୨୩ ନରମାନ ବୋରଲାଗ ଫିଲ୍ଡ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ପ୍ରବାସୀ ଓଡ଼ିଆ ସ୍ୱାତୀ ନାୟକ। ଆମେରିକାରେ ଥିବା ବିଶ୍ୱ ଖାଦ୍ୟ ପୁରସ୍କାର ସଂସ୍ଥାନ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯିବ। ଆମେରିକାରେ ନିଉୱାର୍କ ସହରରେ ଚାଲିଥିବା ଜଳବାୟୁ ସପ୍ତାହ ଉତ୍ସବରେ ଏନେଇ ଘୋଷଣା କରାଯାଇଛି।

ସ୍ୱାତୀ ନାୟକ ଏବେ ଫିଲିଫାଇନ୍ସରେ ଥିବା ସିଜିଆଇ ଅର୍ନ୍ତଜାତୀୟ ଧାନ ଗବେଷଣା ସଂସ୍ଥାରେ କୃଷି ବୈଜ୍ଞାନିକ ଅଛନ୍ତି। ଆମେରିକାର ଆଇୱବାସ୍ଥିତ ବିଶ୍ୱ ଖାଦ୍ୟ ପୁରସ୍କାର ସଂସ୍ଥାଠାରେ ଆସନ୍ତା ଅକ୍ଟୋବରରେ ଏହି ପୁରସ୍କାର ଗ୍ରହଣ କରିବେ ସ୍ୱାତୀ ନାୟକ। ତେବେ ଏହି ପୁରସ୍କାର ପାଇବା ନେଇ ଘୋଷଣା ପରେ ଭାରତ ସହ ଓଡିଶା ପାଇଁ ସେ ଗର୍ବର ବିଷୟ ପାଲଟିଛନ୍ତି।

Leave A Reply

Your email address will not be published.