Odisha Link
Bridging the Missing Links in Odisha

ନଦୀବୁଡ଼ି ଜନିତ ମୃତ୍ୟୁ ରୋକିବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି, ଖୁବ୍‌ଶୀଘ୍ର ନିଆଯିବ ପଦକ୍ଷେପ

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ନଦୀରେ ବୁଡ଼ି ମୃତ୍ୟୁ ହେଉଥିବା ଅନେକ ଖବର ସାମ୍ନାକୁ ଆସୁଛି। ଯାହାକୁ ନେଇ ରାଜ୍ୟସରକାର ପଦକ୍ଷେପ ନେଇଛନ୍ତି। ନଦୀବୁଡ଼ି ଜନିତ ମୃତ୍ୟୁ ରୋକିବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ନେଇଛନ୍ତି। ନଦୀରେ ବୁଡ଼ି ମୃତ୍ୟୁ ରୋକିବାକୁ ୧୦୦ ନଦୀଘାଟ ଫେନସିଂ କରିବାକୁ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି।

ଲୋକଙ୍କ ନଦୀବୁଡ଼ି ଜନିତ ମୃତ୍ୟୁ ରୋକିବାକୁ ଏଭଳି ପଦକ୍ଷେପ ନିଆଯାଇଛି। ଏ ଦିଗରେ ଖୁବ୍‌ଶୀଘ୍ର ଜଳ ସମ୍ପଦ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯିବ। ଏ ଦିଗରେ କ’ଣ ପଦକ୍ଷେପ ନିଆଯିବ, ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ ଅବଗତ କରିଛି। ତେବେ ଏନେଇ ଜଳ ସମ୍ପଦ ବିଭାଗ ସର୍ବୋଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି।

Leave A Reply

Your email address will not be published.