Odisha Link
Bridging the Missing Links in Odisha

ରାଜ୍ୟରେ ପ୍ରବଳ ବର୍ଷାର ଆଶଙ୍କା: ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଲଘୁଚାପ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ହୋଇଛି। ଲଘୁଚାପ ପ୍ରଭାବରେ ଆଗାମୀ ୩ ଘଣ୍ଟା ମଧ୍ୟରେ ୮ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ବିଜୁଳି, ଘଡ଼ଘଡି ସହ ବର୍ଷା ନେଇ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଢେଙ୍କାନାଳ, କଟକ, ଖୋର୍ଦ୍ଧା, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ଯାଜପୁର, ମୟୂରଭଞ୍ଜ ଜିଲ୍ଲାକୁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି।

ରାଜ୍ୟରେ ୨୪ ଘଣ୍ଟାରେ ୨୩.୭ ମିମି ବର୍ଷା ରେକର୍ଡ କରାଯାଇଛି। ସ୍ୱାଭାବିକ ବର୍ଷା ୬.୯ ମିମି ତୁଳନାରେ ୨୪୨ ପ୍ରତିଶତ ଅଧିକ ବର୍ଷା ରେକର୍ଡ କରାଯାଇଛି। କୋରାପୁଟ ସହରରେ ସର୍ବାଧିକ ୧୬୮ ମିଲିମିଟର ବର୍ଷା ରେକର୍ଡ ହୋଇଛି। ନନ୍ଦପୁରରେ ୧୩୭, ସେମିଳିଗୁଡା ୧୦୩, ଜୟପୁର ୧୦୦.୮ ମିମି ବର୍ଷା ରେକର୍ଡ ହୋଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

ଅନ୍ୟପଟେ, ରାଜ୍ୟରେ ଆଉ ବନ୍ୟା ସ୍ଥିତି ନାହିଁ। ହୀରାକୁଦ ଜଲସ୍ତର ଖସୁଛି ଯାହା ସ୍ୱାଭାବିକ ସ୍ଥିତିକୁ ଆସିଛି। ଉପରମୁଣ୍ଡରେ ଏବେ ବର୍ଷା ନାହିଁ। ହୀରାକୁଦର ୨ଟି ଗେଟ ଖୋଲା ଅଛି। ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇ ନାହିଁ। ଆସନ୍ତାକାଲି ଉପରମୁଣ୍ଡରେ ଆଉ ତଳମୁଣ୍ଡରେ ବର୍ଷା ଅଛି। ଏହାକୁ ଦେଖି ଆସନ୍ତାକାଲି ନିଷ୍ପତ୍ତି ନିଆଯିବ ବୋଲି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି।

Leave A Reply

Your email address will not be published.