Odisha Link
Bridging the Missing Links in Odisha

ଓଡ଼ିଶା ବିଧାନସଭା: ଆଜିଠୁ ମୌସୁମୀ ଅଧିବେଶନ

ଓଏଲ୍‌ ବ୍ୟୁରୋ: ଆଜିଠୁ ଆରମ୍ଭ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ। ଦିନ ୧୧ଟାରୁ ଆରମ୍ଭ ହେବ ଗୃହକାର୍ଯ୍ୟ। ଚଳିତ ଅଧିବେଶନରେ ମୋଟ ୮ଟି କାର୍ଯ୍ୟ ଦିବସ ରହିଛି।ଆଜି ଅଧିବେଶନର ପ୍ରଥମ ଦିନରେ ନୂଆ ବାଚସ୍ପତି ନିର୍ବାଚନ ସହ ଦିବଙ୍ଗତ ସଦସ୍ୟଙ୍କ ପାଇଁ ଶୋକ ପ୍ରସ୍ତାବ ଆସିବ। ପ୍ରଥମ ଦିନରେ ଆଜି ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ ଉପସ୍ଥାପନ ହେବ। ତେବେ ଏହି ଅଧିବେଶନ ବେଶ୍‌ ସରଗରମ ରହିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ଅପରାହ୍ନ ୫ଟାରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଅତିରିକ୍ତ ବଜେଟ ଗୃହରେ ଉପସ୍ଥାପନ କରିବେ। ଅତିରିକ୍ତ ବଜେଟର ଆକାର ପ୍ରାୟ ୨୧ ହଜାର କୋଟି ବୋଲି ଜଣାପଡଛି। ସେହିପରି ସୋମବାର ଅର୍ଥାତ୍ ୨୫ତାରିଖରୁ ୨୮ତାରିଖ ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ଚାଲିବ। ପ୍ରଫେଟ୍ ମହମ୍ମଦଙ୍କ ଜୟନ୍ତୀ ପାଇଁ ୨୯ତାରିଖ, ଅକ୍ଟୋବର ୧ ରବିବାର ଓ ଅକ୍ଟୋବର ୨ ଗାନ୍ଧି ଜୟନ୍ତୀ ପାଇଁ ଛୁଟି ରହିବ। ଅକ୍ଟୋବର ୩ତାରିଖରେ ଏହି ଅତିରିକ୍ତ ବଜେଟକୁ ଗୃହୀତ ପାଇଁ ବ୍ୟୟମଞ୍ଜୁରୀ ବିଲ୍ ଆସିବ ଓ ଗୃହରେ ଉକ୍ତଦିନ ହିଁ ତାହା ପାରିତ ହେବ ବୋଲି ସୂଚନା ରହିଛି।

ପ୍ରମିଳା ମଲ୍ଲିକ ବାଚସ୍ପତି ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିବାବେଳେ ଆଜି ତାଙ୍କୁ ବାଚନିକ ଭୋଟରେ ନିର୍ବାଚିତ କରାଯିବ । ମୌସୁମୀ ଅଧିବେଶନ ଲାଗି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସେପଟେ ବିଧାନସଭାରେ ସରକାରଙ୍କୁ ଘେରିବା ପାଇଁ କଂଗ୍ରେସ ଓ ବିଜେପି ବିଧାୟକ ଦଳ ବୈଠକ ଡାକିଛନ୍ତି ।

Leave A Reply

Your email address will not be published.