ନୂଆ ରୂପରେ ନଜର ଆସିବେ ଏୟାର ଇଣ୍ଡିଆ କର୍ମଚାରୀ, ଜାରି ହେଲା ଗାଇଡଲାଇନ
ଓଏଲ୍ ବ୍ୟୁରୋ: ନୂଆ ରୂପରେ ନଜର ଆସିବେ ଏୟାର ଇଣ୍ଡିଆ କର୍ମଚାରୀ। ଚଳିତ ବର୍ଷ ନଭେମ୍ବର ସୁଦ୍ଧା ଏୟାର ଇଣ୍ଡିଆ ଷ୍ଟାଫଙ୍କୁ ନୂଆ ୟୁନିଫର୍ମ ମିଳିବ। ଅଗଷ୍ଟରେ ଏୟାର ଇଣ୍ଡିଆ ଏହାକୁ ନେଇ ଘୋଷଣା କରିଥିଲା। ବର୍ତ୍ତମାନ ବିମାନ କର୍ମଚାରୀମାନେ ଶାଢିରେ ନଜର ଆସିବେ ନାହିଁ କିନ୍ତୁ ସେମାନଙ୍କ ପାଇଁ ଏକ ନୂଆ ଲୁକ ମଧ୍ୟ ପ୍ରସ୍ତୁତ କରାଯାଇଛି। ମହିଳାମାନଙ୍କ ପାଇଁ ଚୁଡିଦାର ଡିଜାଇନ ୟୁନିଫର୍ମ ଚୟନ କରାଯାଇଛି, ତେବେ ପୁରୁଷମାନେ ବର୍ତ୍ତମାନ ସୁଟରେ ନଜର ଆସିିବେ। ନୂଆ ଲୁକର ଦାୟିତ୍ୱ ପ୍ରସିଦ୍ଧ ଡିଜାଇନର୍ ମନୀଷ ମାଲହୋତ୍ରାଙ୍କୁ ଦିଆଯାଇଛି।
ସୂଚନା ଅନୁସାରେ, ଗତ ୬ଦଶନ୍ଧି ପରେ ଏୟାର ଇଣ୍ଡିଆ ୟୁନିଫର୍ମ ବଦଳାଇବାକୁ ଯାଉଛି। ଏହାପୂର୍ବରୁ ୧୯୬୨ରେ ମହିଳା ୟୁନିଫର୍ମରେ ସ୍କର୍ଟ, ଜ୍ୟାକେଟ ଏବଂ କ୍ୟାପ ଅନ୍ତର୍ଭୁକ୍ତ ଥିଲା, କିନ୍ତୁ ଏହା ପରେ, ଜେଆରଡି ଟାଟାଙ୍କ ନିର୍ଦ୍ଦେଶ ଅନୁଯାୟୀ ସ୍ପୋର୍ଟ ଶାଢୀକୁ ୟୁନିଫର୍ମ ଭାବରେ ଅନ୍ତର୍ଭୁକ୍ତ କରାଯାଇଥିଲା। ତେବେ ବର୍ତ୍ତମାନ ଏୟାର ଇଣ୍ଡିଆ ୟୁନିଫର୍ମ ପରିବର୍ତନ କରାଯାଇଛି। ଅଗଷ୍ଟରେ ଏୟାର ଇଣ୍ଡିଆ ଏହାକୁ ନେଇ ଘୋଷଣା କରିଥିଲା।