Odisha Link
Bridging the Missing Links in Odisha

ସିସୋର ଠକେଇ ମାମଲା: ପୂର୍ବତନ ବିଧାୟକଙ୍କ ନାଁରେ ଇଡିର ଚାର୍ଜସିଟ୍‌

ଓଏଲ୍‌ ବ୍ୟୁରୋ: ବହୁଚର୍ଚ୍ଚିତ ସିସୋର ଚିଟଫଣ୍ଡ ଠକେଇ ମାମଲାର ୯ ବର୍ଷ ପରେ ଚାର୍ଜଫ୍ରେମ ହୋଇଥିବା ଖବର ସାମ୍ନାକୁ ଆସିଛି। ସିସୋର ଠକେଇରେ ପ୍ରଭାତ ବିଶ୍ୱାଳଙ୍କ ନାଁରେ ଇଡି ଅତିରିକ୍ତ ଚାର୍ଜସିଟ୍‌ ଦାଖଲ କରିଛି। ପୂର୍ବତନ ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳଙ୍କ ସହ ପତ୍ନୀ ଲକ୍ଷ୍ମୀବିଳାସିନୀଙ୍କ ନାଁରେ ସେସନ୍ସ କୋର୍ଟରେ ଅତିରିକ୍ତ ଚାର୍ଜସିଟ୍‌ ଇଡି ଦାଖଲ କରିଛି। ବିଶ୍ୱାଳ ଦଂପତିଙ୍କ ସହ ସିସୋରର ୨ଟି କଂପାନୀ ନାଁରେ ଚାର୍ଜସିଟ୍‌ ଦାଖଲ କରାଯାଇଥିବା ସୂଚନା ରହିଛି।

ସୂଚନା ଅନୁସାରେ, ଭୁବନେଶ୍ୱରର ସ୍ୱତନ୍ତ୍ର ସିବିଆଇ ୧ କୋର୍ଟରେ ୯ ବର୍ଷ ପରେ ଚାର୍ଜଫ୍ରେମ ହୋଇଛି। କଟକ-ଚୌଦ୍ୱାରର ପୂର୍ବତନ ବିଧାୟକ ଓ ପତ୍ନୀ ଲକ୍ଷ୍ମୀ ବିଳାସିନୀ ବିଶ୍ୱଳାଙ୍କ ନାଁରେ ଚାର୍ଜଫ୍ରେମ ହୋଇଛି। ବେଆଇନ ଅର୍ଥ କାରବାର ମାମଲାରେ ଚାର୍ଜଫ୍ରେମ ହୋଇଛି। ଦଫା ୪୨୦, ୧୨୦ ବି, ୪୦୯, ୪୬୭, ୪୬୮ ଓ ୪୭୧ରେ ଚାର୍ଜଫ୍ରେମ ହୋଇଛି। ସିସୋର ମୁଖ୍ୟ ପ୍ରଶାନ୍ତ ଦାସ, ପ୍ରଭାତ ଦାସ, ଅନ୍ୟ ୩ ଜଣଙ୍କ ନାଁରେ ବି ଚାର୍ଜସିଟ୍। ଦ୍ୱିତୀୟ ପର୍ଯ୍ୟାୟ ସପ୍ଲିମେଣ୍ଟାରୀ ଚାର୍ଜସିଟ ଦାଖଲ ହୋଇଛି।

Leave A Reply

Your email address will not be published.