Odisha Link
Bridging the Missing Links in Odisha

ସୋଆ ଏସ୍‌ପିଏସ୍‌ ପକ୍ଷରୁ ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳିତ

ଓଏଲ୍‌ ବ୍ୟୁରୋ: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍‌ ଅଫ୍‌ ଫାର୍ମାସ୍ୟୁଟିକାଲ୍‌ ସାଇନ୍‌ସେସ୍‌ (ଏସ୍‌ପିଏସ୍‌) ଠାରେ ସୋମବାର ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଏସ୍‌ପିଏସ୍‌ର ଡିନ୍‌ ପ୍ରଫେସର ଏସ୍‌.ସି.ସି ନିଜ ସ୍ୱାଗତ ଭାଷଣରେ ଆନ୍ତର୍ଜାତିକ ଫାର୍ମାସ୍ୟୁଟିକାଲ ଫେଡେରେସନ୍‌ (ଏଫ୍‌ଆଇପି) ଗଠିତ ହୋଇଥିବା ଦିନଟିକୁ ବିଶ୍ୱ ଫାର୍ମାସିଷ୍ଟ ଦିବସ ଭାବେ ପାଳନ କରାଯାଏ ବୋଲି କହିଥିଲେ। ଏଫ୍‌ଆଇପି ଦ୍ୱାରା ଚଳିତ ବର୍ଷ ବିଶ୍ୱ ଫାର୍ମାସିଷ୍ଟ ଦିବସର ଥିମ୍‌ ‘ଫାର୍ମାସିଷ୍ଟସ ଷ୍ଟ୍ରେନ୍‌ଦେନିଙ୍ଗ ହେଲ୍‌ଥ ସିଷ୍ଟମ୍ସ’ ଅର୍ଥାତ୍‌ ‘ଫାର୍ମାସିଷ୍ଟମାନେ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ଼ କରୁଛନ୍ତି’ ବୋଲି କହି ସେ ଏହି ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ।

କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଫାର୍ମାସିଷ୍ଟମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଏହି ଅବସରରେ ଏସ୍‌ପିଏସ୍‌ର ଆଡିସ୍‌ନାଲ ଡିନ୍‌ ପ୍ରଫେସର ଦେବଜ୍ୟୋତି ଦାସ ସ୍ୱାସ୍ଥ୍ୟ ସେବା ସମ୍ପର୍କିତ ବିଭିନ୍ନ କ୍ଷେତ୍ରରେ ଫାର୍ମାସିଷ୍ଟମାନଙ୍କର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଏଥିରେ ମନ୍ତବ୍ୟ ରଖି ଏସ୍‌ପିଏସ୍‌ର ଡେପୁଟି ଡିନ୍‌ ପ୍ରଫେସର ପ୍ରତାପ କୁମାର ସାହୁ ଚଳିତ ବର୍ଷ ଫର୍ମାସୀ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ ଫାର୍ମାସିଷ୍ଟ ଦିବସ ପାଳନ ନେଇ ଦିଆଯାଇଥିବା ସ୍ଲୋଗାନ୍‌ ‘ଅଂଗଦାନ ମହାଦାନ’ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହାଛଡ଼ା ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ଓ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଫାର୍ମାସିଷ୍ଟମାନଙ୍କର ଭୂମିକା ଏବଂ ଦାୟିତ୍ୱ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଇବା ଲକ୍ଷ୍ୟ ନେଇ ଏକ ରାଲି ମଧ୍ୟ ଆୟୋଜନ କରାଯାଇଥିଲା।

Leave A Reply

Your email address will not be published.