Odisha Link
Bridging the Missing Links in Odisha

ଓଡ଼ିଶା ଆପାର୍ଟମେଣ୍ଟ ବିଲ୍‌ ପାରିତ; ଏହି ବିଲ୍‌ରୁ କ’ଣ ମିଳିବ ସୁବିଧା

ଓଏଲ୍‌ ବ୍ୟୁରୋ: ବିଧାନସଭାରେ ପାରିତ ହେଲା ବହୁ ପ୍ରତୀକ୍ଷିତ ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ବିଲ୍-୨୦୨୩। ମୌସୁମୀ ଅଧିବେଶନର ତୃତୀୟ ଦିବସରେ ଏହି ବିଲ୍‌ଟି ପାରିତ ହୋଇଛି। ଆପାର୍ଟମେଣ୍ଟ ବିଲ୍‌ ସହିତ ଅନ୍ୟ ୬ଟି ବିଲ୍‌ ପାରିତ ମଧ୍ୟ ହୋଇଛି। ପଦ ଓ ସେବା ସଂରକ୍ଷଣ ବିଲ୍‌, ଓଡ଼ିଶା ଚକବନ୍ଦୀ ବିଲ୍‌, ଓଡ଼ିଶା ଓବିସି କମିସନ ସଂଶୋଧନ ବିଲ୍‌, ଦ୍ରବ୍ୟ ଓ ସେବା କର ବିଲ୍‌ ଏବଂ ପୌର ବିଧି ସଂଶୋଧନ ବିଲ୍ ପାରିତ ହୋଇଛି।

ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ବିଲ୍ ୨୦୨୩ ପାରିତ ହେବା ଫଳରେ ରାଜ୍ୟରେ ଆପାର୍ଟମେଣ୍ଟ୍‌ ମାଲିକାନା ପାଇଁ ନୂଆ ଆଇନ ଆସିଛି। ପୂର୍ବରୁ ଥିବା ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଅଧିନୟମ, ୧୯୮୨ ଓ ଓଡ଼ିଶା ଆପାର୍ଟମେଣ୍ଟ‌ ମାଲିକାନା ନିୟମ, ୧୯୯୨ ଆଉ କାମ କରିବ ନାହିଁ। ଏହି ନୂଆ ଆଇନ୍ ପ୍ରଣୀତ ହେବା ଦ୍ବାରା ଫ୍ଲାଟ୍‌ ମାଲିକ ସଂଘ ନାମରେ ଆପାର୍ଟମେଣ୍ଟ୍‌ର ସାଧାରଣ ସ୍ଥାନ(କମନ୍ ଏରିଆ), ଖେଳ ପଡ଼ିଆ ଆଦି ପଞ୍ଜୀକୃତ ହେବ। ଆପାର୍ଟମେଣ୍ଟ ମାଲିକାନା ନିୟମ ଓ ରେରା ଆଇନ ମଧ୍ୟରେ ଥିବା ବିରୋଧାଭାସ ଏହି ନୂଆ ଆଇନ୍ ବଳରେ ସମାଧାନ ହେବ ବୋଲି ରାଜ୍ୟ ସରକାର ପୂର୍ବରୁ କହିଥିଲେ।

ଜାଣନ୍ତୁ ଓଡ଼ିଶା ଆପାର୍ଟମେଣ୍ଟ ବିଲ୍‌ରେ କ’ଣ ରହିଛି ସୁବିଧା?

ଓଡ଼ିଶା ଆପାର୍ଟମେଣ୍ଟ ବିଲ୍‌ ୨୦୨୩ରେ ବହୁତ ଗୁଡ଼ିଏ ବ୍ୟବସ୍ଥା ରହିଛି। ଯେପରିକି ଆପାର୍ଟମେଣ୍ଟର ସାଧରଣ ସ୍ଥାନର ବ୍ୟବହାରକୁ ନିୟନ୍ତ୍ରଣ କରିବ ମାଲିକ ସଂଘ। ଆପାର୍ଟମେଣ୍ଟର ସାଧାରଣ ବ୍ୟୟ ନିମନ୍ତେ ଆବଣ୍ଟନଗ୍ରାହୀଙ୍କ ଏକ ସଂଘ ପାଣ୍ଠି ସୃଷ୍ଟି କରିବା।ଅଲ୍ ଇଷ୍ଟେଟ୍ (ନିୟମାବଳୀ ଏବଂ ବିକାଶ) ଅଧିନିୟମର ବ୍ୟବସ୍ଥା ଅନୁରୁପ ଆବଣ୍ଟନଗ୍ରାହୀମାନଙ୍କ ସଂଘ ନାମରେ ସାଧାରଣ କ୍ଷେତ୍ରର ପଞ୍ଜୀକରଣ ସମ୍ବନ୍ଧୀୟ ଆବଶ୍ୟକୀୟ ବ୍ୟବସ୍ଥା ସୃଷ୍ଟି କରିବା।

ସେହିପରି ଆବଣ୍ଟନଗ୍ରାହୀମାନଙ୍କ ସଂଘକୁ ଦକ୍ଷ ପ୍ରାଧୀକରଣଙ୍କ ନିକଟରେ ପଞ୍ଜୀକରଣ କରି ଏହାର ପରିଚାଳନା ନିମନ୍ତେ ବିଭିନ୍ନ ସର୍ତ୍ତାବଳୀ ପାଇଁ ଉପ-ବିଧି ଦ୍ୱାରା ଏକକ ବ୍ୟବସ୍ଥା। ପୃଷ୍ଠପୋଷକମାନଙ୍କର ଦାୟିତ୍ୱକୁ ସ୍ପଷ୍ଟ ଭାବରେ ନିର୍ଦ୍ଧାରଣ। ପ୍ରତ୍ୟେକ ଆପାର୍ଟମେଣ୍ଟ ନିର୍ମାତା ଓ ଆପାର୍ଟମେଣ୍ଟ ମାଲିକମାନଙ୍କ ସଂଘ ସହିତ ସମ୍ପର୍କ ଏବଂ ତତସଲଗ୍ନ ଅଧିକାର ଏବଂ ଦାୟିତ୍ୱକୁ ନିର୍ଦ୍ଧାରିତ କରିବା। ଆପାର୍ଟମେଣ୍ଟ ମାଲିକମାନଙ୍କର ସଂଘ ଗଠନ ପାଇଁ ବ୍ୟବସ୍ଥା କରିବା।

Leave A Reply

Your email address will not be published.