Odisha Link
Bridging the Missing Links in Odisha

କ୍ୟାପିଟାଲ ହସ୍ପିଟାଲରେ ଶିଶୁ ବଦଳ ଅଭିଯୋଗ: ପୁଅ କହି ଦେଇଦେଲେ ଝିଅ!

ଓଏଲ୍‌ ବ୍ୟୁରୋ: କ୍ୟାପିଟାଲ ହସ୍ପିଟାଲରେ ଶିଶୁ ବଦଳ ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ପୁଅ ହୋଇଛି କହି ଝିଅ ଧରାଇବା ପରି ସାଂଘାତିକ ଅଭିଯୋଗ ହୋଇଛି। ରାଜକନିକା ଅଞ୍ଚଳର ଜଣେ ବ୍ୟକ୍ତି ଏନେଇ ଅଭିଯୋଗ ଆଣିଛନ୍ତି। କାଲି ରାତି ସାଢ଼େ ୧୦ରେ ପୁଅ ହେଲା ବୋଲି ସୂଚନା ଦେଲେ। ଫଟୋ ଉଠାଇବା ବେଳେ ଝିଅ ହୋଇଥିବା ଦେଖିଲେ ବୋଲି ସେ କହିଛନ୍ତି।

ଶିଶୁ ବଦଳ ହୋଇଥିବା ଅଭିଯୋଗ କରିଥିବା ବ୍ୟକ୍ତି କହିଛନ୍ତି, ଡିଏନଏ ଟେଷ୍ଟ ହେଉ, ରିପୋର୍ଟ ନ ଆସିବା ଯାଏଁ ମା’ ଛୁଆଙ୍କୁ ନେବିନି। ତେବେ ଏନେଇ ହସ୍ପିଟାଲ ନିର୍ଦ୍ଦେଶକଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଗ୍ରହଣକରି ତଦନ୍ତ ନିର୍ଦ୍ଦେଶ ଦେଲେ ନିର୍ଦ୍ଦେଶକ। ସୁପରିଣ୍ଟେଣ୍ଡେଣ୍ଟଙ୍କ ନେତୃତ୍ୱରେ ଏକ ଟିମ୍‌ ତଦନ୍ତ କରିବ। ଦରକାର ପଡ଼ିଲେ ଡିଏନଏ ଟେଷ୍ଟ କରାଯିବ ବୋଲି ନିର୍ଦ୍ଦେଶକ କହିଛନ୍ତି।