Odisha Link
Bridging the Missing Links in Odisha

ଏସୀୟ କ୍ରୀଡ଼ା: ସେଲିଂରେ ଭାରତକୁ ମିଳିଲା ଆଉ ଏକ ପଦକ

ଓଏଲ୍‌ ବ୍ୟୁରୋ: ଚୀନର ହାଙ୍ଗଝୌରେ ଖେଳାଯାଉଥିବା ୧୯ ତମ ଏସିଆନ୍‌ ଗେମ୍ସରେ ଭାରତୀୟ ଖେଳାଳିଙ୍କ ଦବଦବା ଜାରି ରହିଛି। ଦ୍ବିତୀୟ ଦିନର ଖେଳ ଆରମ୍ଭରୁ ହିଁ ଭାରତକୁ ପ୍ରଥମ ସ୍ବର୍ଣ୍ଣ ପଦକ ମିଳିଥିଲା। ୧୦ ମିଟର ଏୟାର ରାଇଫଲ ଟିମ୍‌ ଇଭେଣ୍ଟରେ ଭାରତ ସ୍ୱର୍ଣ୍ଣ ପଦକ ପାଇଥିଲା। ଭାରତର ଐଶ୍ୱର୍ଯ୍ୟ ପ୍ରତାପ ସିଂ ତୋମର, ରୁଦ୍ରାକ୍ଷ ପାଟିଲ ଓ ଦିବ୍ୟାଶଂ ପାୱାରଙ୍କ ଟିମ୍‌ ମିଳିତ ଭାବେ ଗୋଲ୍ଡ ମେଡାଲ ହାସଲ କରିଥିଲେ।

ଏସୀୟ କ୍ରୀଡ଼ାରେ ଭାରତ ଆହୁରି ପଦକ ହାସଲ କରିଛି। ସେଲିଂରେ ନେହା ଠାକୁରଙ୍କୁ ରୌପ୍ୟ ପଦକ ପାଇଛନ୍ତି। ଇବାଦ ଅଲ୍ଲୀ ଦେଶ ପାଇଁ ଜିତିଲେ ବ୍ରୋଞ୍ଜ ପଦକ। ଏହାକୁ ମିଶାଇ ଭାରତର ପଦକ ସଂଖ୍ୟା ୧୩କୁ ବୃଦ୍ଧି ହୋଇଛି। ତେବେ ଆଜି ମଧ୍ୟ ଏସୀୟ କ୍ରୀଡ଼ା ପୁରୁଷ ହକିରେ ଭାରତ ବିପୁଳ ବିଜୟ ହାସଲ କରିଛି। ଗ୍ରୁପ ପର୍ଯ୍ୟାୟର ଦ୍ବିତୀୟ ମୁକାବିଲାରେ ସିଙ୍ଗାପୁରକୁ ୧୬-୧ ଗୋଲ୍‌ରେ ହରାଇଲା ଭାରତ। ଅଧିନାୟକ ହରମନପ୍ରୀତ ସିଂଙ୍କ ୪ ଗୋଲ୍‌ ଓ ମନଦୀପଙ୍କ ହାଟ୍ରିକ୍‌ କରିଛନ୍ତି।

ସୂଚନା ଅନୁସାରେ, ଭାରତର ଐଶ୍ୱର୍ଯ୍ୟ ପ୍ରତାପ ସିଂ ତୋମର, ରୁଦ୍ରାକ୍ଷ ପାଟିଲ ଓ ଦିବ୍ୟାଶଂ ପାୱାରଙ୍କ ଟିମ୍‌ ମିଳିତ ଭାବେ ଗୋଲ୍ଡ ମେଡାଲ ହାସଲ କରିଥିଲେ। ଏହି ତିନି ଖେଳାଳି ବ୍ୟକ୍ତିଗତ କ୍ୱାଲିଫିକେସନ୍‌ ରାଉଣ୍ଡରେ ସମୁଦାୟ ୧୮୯୩.୭ ପଏଣ୍ଟ ହାସଲ କରିଛନ୍ତି। ଫଳରେ ସେମାନେ ନୂଆ ରେକର୍ଡ ସ୍ଥାପନ କରି ଚୀନ୍‌ କରିଥିବା ବିଶ୍ୱ ରେକର୍ଡକୁ ପଛରେ ପକାଇ ଦେଇଛନ୍ତି। ଏଥିସହ ଭାରତ ଆଜି ଏକ ବ୍ରୋଞ୍ଚ ପଦକ ବି ହାତେଇବାରେ ସକ୍ଷମ ହୋଇଛି। ଫଳରେ ସମୁଦାୟ ପଦକ ସଂଖ୍ୟା ୧୩ରେ ପହଞ୍ଚିଛି।

Leave A Reply

Your email address will not be published.