Odisha Link
Bridging the Missing Links in Odisha

ବର୍ଷିୟାନ ଅଭିନେତ୍ରୀ ୱାହିଦା ରେହମାନଙ୍କୁ ମିଳିବ ଦାଦା ସାହେବ୍‌ ଫାଲ୍‌କେ ସମ୍ମାନ

ଓଏଲ୍‌ ବ୍ୟୁରୋ: ବଲିଉଡ ଜଗତର ଲୋକପ୍ରିୟ ବର୍ଷିୟାନ ଅଭିନେତ୍ରୀ ହେଉଛନ୍ତି ୱାହିଦା ରେହମାନ। ବର୍ଷିୟାନ ଅଭିନେତ୍ରୀ ୱାହିଦା ରେହମାନଙ୍କୁ ଦାଦା ସାହେବ୍‌ ଫାଲ୍‌କେ ସମ୍ମାନରେ ସମ୍ମାନିତ କରିବାପାଇଁ ଘୋଷଣା କରାଯାଇଛି। ଦାଦା ସାହେବ ଫାଲ୍‌କେ ପୁରସ୍କାର ପ୍ରସିଦ୍ଧ ସିନେ ନିର୍ଦ୍ଦେଶକ, ପ୍ରଯୋଜକ ଏବଂ ସଂଳାପ ଲେଖକ ଧୁନ୍ଦିରାଜ ଗୋବିନ୍ଦ ଫାଲ୍‌କେ ବା ଦାଦା ସାହେବ୍‌ ଫାଲ୍‌କେଙ୍କ ନାମରେ ଦିଆଯାଇଥାଏ। ଅନେକ ସଂଘର୍ଷ କରି ସଫଳତା ହାସଲ କରିଥିବାରୁ ବର୍ଷିୟାନ ଅଭିନେତ୍ରୀ ୱାହିଦା ରେହମାନଙ୍କୁ ଦାଦା ସାହେବ୍‌ ଫାଲ୍‌କେ ସମ୍ମାନରେ ସମ୍ମାନିତ କରାଯିବ। ଜୀବନବ୍ୟାପୀ ସାଧନା ପାଇଁ ତାଙ୍କୁ ଏହି ସମ୍ମାନଜନକ ଦାଦା ସାହେବ ଫାଲ୍‌କେ ପୁରସ୍କାରରେ ସମ୍ମାନିତ କରାଯିବ।

ହିନ୍ଦୀ ସିନେମାର ପ୍ରସିଦ୍ଧ ଅଭିନେତ୍ରୀଙ୍କ ମଧ୍ୟରୁ ୱାହିଦା ରେହମାନ ଅନ୍ୟତମ। ତାମିଲନାଡୁର ଚେଙ୍ଗାଲପାଟୁରେ ୧୯୩୮, ଫେବୃୟାରୀ ୩ରେ ଜନ୍ମଗ୍ରହଣ କରିଥିଲେ। ୫୦ ଏବଂ ୬୦ ଦଶକରେ ୱାହିଦା ନିଜର ସୌନ୍ଦର୍ଯ୍ୟ ଏବଂ ଚମତ୍କାର ଅଭିନୟ ସହିତ ପ୍ରଶଂସକଙ୍କ ହୃଦୟରେ ରାଜ୍‌ କରୁଥିଲେ। ସେ ପିଲାଦିନରୁ ସଙ୍ଗୀତ ଏବଂ ନୃତ୍ୟକୁ ଭଲ ପାଉଥିଲେ। ଯଦିଓ ସେ ଡାକ୍ତର ହେବାକୁ ଚାହୁଁଥିଲେ, କିନ୍ତୁ ଆର୍ଥିକ ସମସ୍ୟା ହେତୁ ତାଙ୍କୁ ଫିଲ୍ମରେ କାମ କରିବାକୁ ପଡିଲା। ନିଜ ଦକ୍ଷତା ବଳରେ ହିନ୍ଦୀ ସିନେମାରେ ସେ ଏକ ଭିନ୍ନ ସ୍ଥାନ ମଧ୍ୟ କରିଥିଲେ। ୱାହିଦାଙ୍କୁ ପଦ୍ମଶ୍ରୀ ଏବଂ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି।

Leave A Reply

Your email address will not be published.