Odisha Link
Bridging the Missing Links in Odisha

ବିଜେପି ବିଧାୟକଙ୍କ ପ୍ରଶ୍ନ ଅଗ୍ରାହ୍ୟ ପ୍ରସଙ୍ଗ: ରୁଲିଂ ଦେଲେ ବାଚସ୍ପତି

ଓଏଲ୍‌ ବ୍ୟୁରୋ: ତୃତୀୟ ଦିନରେ ଚାଲିଛି ବିଧାନସଭାର ମୌସୁମୀ ଅଧିବେଶନ। ବିଭିନ୍ନ ପ୍ରସଙ୍ଗକୁ ନେଇ ଶାସକ ଦଳ ସହ ବିରୋଧୀ ଦଳର ଚାଲିଛି ମୁହାଁମୁହିଁ। ତେବେ ବିଜେପି ବିଧାୟକଙ୍କ ପ୍ରଶ୍ନ ଅଗ୍ରାହ୍ୟ ପ୍ରସଙ୍ଗରେ ବାଚସ୍ପତି ରୁଲିଂ ଦେଇଛନ୍ତି। ବିରୋଧୀ ଦଳ ମୁଖ୍ୟ ସଚେତକଙ୍କ ଅଭିଯୋଗ ପରେ ରୁଲିଂ ଦିଆଯାଇଛି। ଏନେଇ ବିଧାନସଭା ସଚିବ ତଦନ୍ତ କରିବେ। ତଦନ୍ତ ପରେ ରିପୋର୍ଟ ଆସିଲେ ଅବଗତ କରାଯିବ ବୋଲି ସୂଚନା ରହିଛି। ପ୍ରଶ୍ନ ଅଗ୍ରାହ୍ୟ ପୂର୍ବରୁ କାହିଁକି ଜଣାଗଲାନି ଅଭିଯୋଗ କରିଥିଲେ।

ଅନ୍ୟପଟେ, ଗତକାଲି ଭଳି ଆଜି ବି ବିଭିନ୍ନ ପ୍ରସଙ୍ଗରେ ଗୃହ ସରଗରମ ରହିବ ବୋଲି ଆଶା କରାଯାଉଥିବାବେଳେ ପ୍ରଶ୍ନକାଳରେ ଆରମ୍ଭରୁ ହଟ୍ଟଗୋଳ ଦେଖିବାକୁ ମିଳିଛି। ଯାହା ଦ୍ୱାରା ଗୃହକୁ ୪ଟା ଯାଏଁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି। ଦିନ ୧୨ଟାରେ ବାଚସ୍ପତି ଡ଼ାକିଥିବା ସର୍ବଦଳୀୟ ବୈଠକରେ ନିଷ୍କର୍ସ ବାହାରିପାରି ନଥିବାରୁ ଗୃହ କାର୍ଯ୍ୟ ବନ୍ଦ ହୋଇଛି।

ସୂଚନା ଅନୁସାରେ, ଗତକାଲି ଦିନତମାମ ଗୃହ ମଧ୍ୟଭାଗରେ ନାରାବାଜି କରିବାରୁ ଗୃହକାର୍ଯ୍ୟ ହୋଇପାରିନଥିଲା। ବିଭିନ୍ନ ପ୍ରସଙ୍ଗ ସହିତ ୫-ଟି ସଚିବଙ୍କ ଗସ୍ତ ସମ୍ପର୍କୀତ ପ୍ରଶ୍ନକୁ ନେଇ ବିଧାନସଭାରେ ହଟ୍ଟଗୋଳ ହୋଇଥିଲା। ଅନ୍ୟପଟେ ବିଜେଡି ସଦସ୍ୟମାନେ ମାନେ ନିଜ ନିଜ ଆସନରେ ଛିଡା ହୋଇ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଇଥିଲେ।

ବିଶେଷ କରି ଜାତୀୟ ରାଜପଥ ନିର୍ମାଣରେ ଅବହେଳା କଥା କହି ବିଜେପି ସଭ୍ୟଙ୍କୁ ଟାର୍ଗେଟ୍ କରି ସ୍ଲୋଗାନ ଦେଇଥିଲେ। ଗୃହ ଭିତରେ ଓ ବାହାରେ ଉଭୟ ବିଜେପି ଓ କଂଗ୍ରେସ ସରକାରଙ୍କୁ ଭର୍ତ୍ସନା କରିଥିଲେ। ଏପରିକି ମୁଖ୍ୟମନ୍ତ୍ରୀଙ୍କ ବିବୃତି ପରେ ବି ଗୃହରେ ସ୍ଥିତି ସ୍ୱାଭାବିକ ହୋଇପାରିନଥିଲା। ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ ମଧ୍ୟ ବିଫଳ ହୋଇଥିଲା।

Leave A Reply

Your email address will not be published.