ରହସ୍ୟ ଘେରରେ ଜିଆରଏସ୍ଙ୍କ ମୃତ୍ୟୁର କାରଣ, କେନାଲରୁ ମିଳିଲା ମୃତଦେହ

ଓଏଲ୍ ବ୍ୟୁରୋ: ଗଞ୍ଜାମର ଜଣେ ପଞ୍ଚାୟତ ଜିଆରଏସ୍ଙ୍କୁ ନିର୍ମମ ହତ୍ୟା କରାଯାଇଥିବା କୁହାଯାଉଛି। ବେଗୁନିଆପଡ଼ା କନିଆରିବାଡ଼ି ଠାରେ ଥିବା କେନାଲରୁ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଜିଆରଏସ ଜଣକ ହେଲେ ସୁଶୀଲ କୁମାର ମହାନ୍ତି।
ସୁଶୀଲ ଉସ୍ତାପଡ଼ା ପଞ୍ଚାୟତର ଜିଆରଏସ ଭାବେ କାର୍ଯ୍ୟରତ ଥିଲେ। ହତ୍ୟାର କାରଣ ସ୍ପଷ୍ଟ ହୋଇନଥିବାବେଳେ ବେଗୁନିଆପଡ଼ା ପୁଲିସ ତଦନ୍ତ ଆରମ୍ଭ କରିଛି। ତେବେ ମୃତ ଜିଆରଏସ ସୁଶୀଲ କୁମାର ମହାନ୍ତଙ୍କ ହତ୍ୟାର କାରଣ ଏବେ ସୁଦ୍ଧା ରହସ୍ୟ ଘେରରେ ରହିଛି।