Odisha Link
Bridging the Missing Links in Odisha

ଆଜିଠୁ ଖୋଲିବ ଭୁବନେଶ୍ୱରର ୟୁନିଟ୍‌-୧ ମାର୍କେଟ, ସୂଚନା ଦେଲେ ସଭାପତି

ଓଏଲ୍‌ ବ୍ୟୁରୋ: ଗତ ଗୁରୁବାର ଠାରୁ ୟୁନିଟ୍‌-୧ ମାର୍କେଟ୍‌ ବନ୍ଦ ରହିଥିଲା। ପାର୍କିଂ ବ୍ୟବସ୍ଥା ସହିତ ଜବରଦଖଲ ଉଚ୍ଛେଦ ଓ ଅନ୍ୟାନ୍ୟ ବିଭିନ୍ନ ଦାବି ନେଇ ଗତ ଗୁରୁବାରଠୁ ଆନ୍ଦୋଳନକୁ ଓହ୍ଲାଇଥିଲେ ୟୁନିଟ ୧ ହାଟ ବ୍ୟବସାୟୀ ସଂଘ। ୬ ଦିନ ଧରି ହାଟ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ତେବେ ଆଜିଠୁ ୧ନମ୍ବର ମାର୍କେଟ ଖୋଲିବ। ବିଏମସିର ଦାବି ପୂରଣ ପ୍ରତିଶ୍ରୁତି ପରେ ଆଜି ଖୋଲିବ ମାର୍କେଟ। ମାର୍କେଟ ଖୋଲିବା ନେଇ ସଭାପତି ଗୟାଧର ସ୍ବାଇଁ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ବିଏମ୍‌ସି ସହ ବ୍ୟବସାୟୀ ସଂଘର ଆଲୋଚନା ସଫଳ ହୋଇଛି। ପାର୍କିଂ ସହ ଅନ୍ୟାନ୍ୟ ସମସ୍ୟା ଦୂର ପାଇଁ ବିଏମ୍‌ସି ରାଜି ହୋଇଛି। ସେମାନଙ୍କ ଅଭିଯୋଗ ଥିଲା ଯେ ଆବଶ୍ୟକ ପାର୍କିଂ ବ୍ୟବସ୍ଥା ନଥିବାରୁ ଗ୍ରାହକମାନେ ହଇରାଣ ହେଉଛନ୍ତି। ରାସ୍ତାକଡ଼ରେ ଗାଡ଼ି ରଖି ଫେରିଲା ବେଳକୁ ସେମାନଙ୍କୁ ଫାଇନ ଦେବାକୁ ପଡ଼ୁଛି। ତେଣୁ ସେମାନେ ଆଉ ୧ ନମ୍ବର ମାର୍କେଟକୁ ଆସିବାକୁ ପସନ୍ଦ କରୁ ନାହାନ୍ତି। ସେହିଭଳି ୧ ନମ୍ବର ମାର୍କେଟ ଚାରିପାଖ ଜବରଦଖଲ ହୋଇଯାଇଥିବା ନେଇ ସେମାନେ ଅଭିଯୋଗ କରିଥିଲେ। ଜବରଦଖଲ ଉଚ୍ଛେଦ ପାଇଁ ସେମାନେ ଦାବି କରିଥିଲେ।

Leave A Reply

Your email address will not be published.