Odisha Link
Bridging the Missing Links in Odisha

ପୁରୀ ଗସ୍ତରେ ୫-ଟି ସଚିବ, ପରିକ୍ରମା ପ୍ରକଳ୍ପର କଲେ ସମୀକ୍ଷା

ଓଏଲ୍‌ ବ୍ୟୁରୋ: ପୁରୀ ପରିକ୍ରମା ପ୍ରକଳ୍ପର ସମୀକ୍ଷା କରିଛନ୍ତି ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ। ପୁରୀ ଗସ୍ତରେ ଯାଇ ଐତିହ୍ୟ ସହରର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପଗୁଡିକର ସମୀକ୍ଷା କରିଥିଲେ। ତାଙ୍କ ସହ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ମଧ୍ୟ ଉପସ୍ଥିତ ରହିଥିଲେ। ଶ୍ରୀମନ୍ଦିର ଚତୁର୍ପାଶ୍ୱ ସମେତ, ଦୋଳବେଦୀ କୋଣ, ବାନାମ୍ବର ଛକ, ଶନିମନ୍ଦିର ଛକ, କୃଷ୍ଣ ସିନେମା ହଲ ନିକଟ, ଶ୍ରୀମନ୍ଦିର କାର୍ଯ୍ୟାଳୟ ନିର୍ମାଣ କାର୍ଯ୍ୟ ଆଦି ସମୀକ୍ଷା କରିଥିଲେ।

ଆଜି ଭୋରରୁ ୫-ଟି ସଚିବ ପୁରୀରେ ପହଞ୍ଚି ସମ୍ପୂର୍ଣ ନିର୍ମାଣ କାର୍ଯ୍ୟ ସମୀକ୍ଷା କରିବା ସହ ଖୁବଶୀଘ୍ର କାର୍ଯ୍ୟ ଶେଷ କରିବା ଲାଗି ନିର୍ମାଣଧୀନ ସଂସ୍ଥା ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି। ତେବେ ଏହି ପ୍ରକଳ୍ପର ସମୀକ୍ଷା ସମୟରେ ପୁରୀ ଜିଲ୍ଲା ପ୍ରଶାସନ ଅଧିକାରୀଙ୍କ ସହ ନିର୍ମାଣକାରୀ ସଂସ୍ଥାର ଅଧିକାରୀ ମାନେ ଉପସ୍ଥିତ ଥିଲେ।