Odisha Link
Bridging the Missing Links in Odisha

ରହସ୍ୟ ଘେରରେ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ମାମଲା: ସୁସ୍ମିତାଙ୍କ ସ୍ୱାମୀଙ୍କୁ ଚାଲିଛି ପଚରାଉଚରା

ଓଏଲ୍‌ ବ୍ୟୁରୋ: ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁକୁ ସନ୍ଦେହ ବଢୁଥିବାବେଳେ ସାମ୍ନାକୁ ଆସିଥିଲା ଶବ ବ୍ୟବଚ୍ଛେଦ ରିପୋର୍ଟ। ରାଉରକେଲା ସହକାରୀ ଜିଲ୍ଲାପାଳ ପାଣିରେ ବୁଡ଼ି ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ହୋଇଥିଲା। ରାଉରକେଲା ସହକାରୀ ଜିଲ୍ଲାପାଳଙ୍କ ସୁସ୍ମିତା ମିଞ୍ଜ ମୃତ୍ୟୁ ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଲେ ରାଉରକେଲା ଏସ୍‌ପି। ଡିଏସ୍‌ପି ପାହ୍ୟା ଅଫିସର ବନିତା ମାଝୀ ତଦନ୍ତ କରିବେ। ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ମୃତ୍ୟୁ ଘଟଣାରେ ସୁସ୍ମିତାଙ୍କ ସ୍ୱାମୀଙ୍କୁ ରାଉରକେଲା ଏସ୍‌ପି ଅଫିସରେ ପଚରାଉଚରା ଜାରି କରାଯାଇଛି। ତଦନ୍ତ ଅଧିକାରୀଙ୍କ ଦ୍ୱାରା ସୁସ୍ମିତାଙ୍କ ସ୍ୱାମୀଙ୍କୁ ପଚରାଉଚରା ଚାଲିଛି।

ମିଳିଥିବା ସୂଚନା ମୁତାବକ, ସୁସ୍ମିତା ବିବାହର କିଛି ମାସ ପରେ ସ୍ବାମୀଙ୍କଠାରୁ ଅଲଗା ରହୁଥିଲେ। ରାଜଗାଙ୍ଗପୁର ରାମବାହାଲସ୍ଥ ଘରୁ ପ୍ରତିଦିନ ରାଉରକେଲା ଏଡିଏମ୍‌ ଅଫିସକୁ ଆସୁଥିଲେ। ସଂଧ୍ୟାରେ କାମ ସାରି ଘରକୁ ଫେରୁଥିଲେ। ହେଲେ ୧୬ ତାରିଖରେ ଏଡିଏମ୍‌ ଅଫିସ୍‌ରେ ବୈଠକ ଆଳ ଦେଖାଇ ଘରକୁ ନ ଫେରିବାରୁ ପରିବାର ଲୋକଙ୍କ ସନ୍ଦେହ ହୋଇଥିଲା। ପରଦିନ ଅର୍ଥାତ୍‌ ୧୭ ତାରିଖ ସକାଳେ ତାଙ୍କ ଭାଇ ସନ୍ଦୀପ ଭଉଣୀଙ୍କୁ ଖୋଜିବାକୁ ପୁଣି ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସ୍‌କୁ ଆସିଥିଲେ। ନ ପାଇବାରୁ ଉଦିତନଗର ଥାନାରେ ତାଙ୍କ ଭଉଣୀ ନିଖୋଜ ହୋଇ ଯାଇଥିବା ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ।

ଗତ ୧୯ ତାରିଖରେ ସହକାରୀ ଜିଲ୍ଲାପାଳଙ୍କ ମୃତଦେହ ମିଳିଥିଲା। ସିବିଆଇ ତଦନ୍ତ ଦାବିରେ ଆଦିବାସୀ ମହିଳା ଏଡିଏମ୍‌ ଅଫିସ ଘେରିଥିଲେ। ସୁସ୍ମିତା ରହୁଥିବା ହୋଟେଲରୁ ଦୁଇଟି ସିସିଟିଭି ପୁଲିସ ଜବତ କରିଥିଲା। ସିିସିଟିଭି ଆଧାରରେ ପୁଲିସ ତଦନ୍ତ ଜାରି ରଖିଛି। ଏହାରି ମଧ୍ୟରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୁଲିସ ସୁସ୍ମିତା ମଞ୍ଜଙ୍କ ମୃତଦେହ ନିକଟରୁ ୫ହଜାର ଟଙ୍କା ଓ ଗୋଟିଏ ମୁଦି ଜବତ କରିଥିଲା।

Leave A Reply

Your email address will not be published.