Odisha Link
Bridging the Missing Links in Odisha

ନୋବେଲ ପୁରସ୍କାର ୨୦୨୩: ଇରାନୀ ମହିଳା ନର୍ଗେସ ମହମ୍ମଦିଙ୍କୁ ମିଳିବ ପୁରସ୍କାର

ଓଏଲ୍‌ ବ୍ୟୁରୋ: ନୋବେଲ ପୁରସ୍କାର ୨୦୨୩ ଘୋଷଣା ହୋଇଛି। ଇରାନର ନର୍ଗେସ ମହମ୍ମଦିଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳିବ। ନର୍ଗେସ ମହମ୍ମଦି ଯେ କି ଅନେକ ବର୍ଷ ଧରି ସାମ୍ମାଦିକତା କରି ଆସୁଛନ୍ତି ଏବଂ ଇରାନର ଜଣେ ପ୍ରମୁଖ ସାମାଜିକ କାର୍ଯ୍ୟକର୍ତ୍ତ୍ରୀ। ସେହିପରି ସାହିତ୍ୟ ପାଇଁ ନୋବେଲ୍ ପୁରସ୍କାର ଘୋଷଣା ହୋଇଥିବାବେଳେ ନରୱେ ଲେଖକ ଜନ ଓଲାଭ୍ ଫୋସେଙ୍କୁ ଏହି ପୁରସ୍କାର ମିଳିବ। ରସାୟନ ବିଜ୍ଞାନ ପାଇଁ ୩ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର ମିଳିବ। ଲୁଇସ୍ ବ୍ରୁସ୍, ଆଲେକ୍ସି ଏକିମୋଭ୍ ଏବଂ ନାନୋକ୍ରିଷ୍ଟାଲ ନୋବେଲ ପୁରସ୍କାର ପାଇବେ।

ସେହିଭଳି ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଥିବାବେଳେ ୩ ବୈଜ୍ଞାନିକ ନୋବେଲ ପୁରସ୍କାର ପାଇବେ। ପେରିର୍ ଅଗସ୍ତିନୀ, ଫେରେନ୍ସ କ୍ରାଉଜ୍‌ଙ୍କୁ ନୋବେଲ ମିଳିବ। ଦୁଇ ବୈଜ୍ଞାନିକଙ୍କୁ ମେଡିସିନ ପାଇଁ ନୋବେଲ ପୁରସ୍କାର ମିଳିବ। କାଟାଲିନ କାରାକୋ ଓ ଡ୍ରିଉ ୱିଜ୍‌ମ୍ୟାନ୍‌ ନୋବେଲ ପାଇବେ ବୋଲି ଘୋଷଣା ହୋଇଛି। କୋଭିଡ ଭ୍ୟାକ୍ସିନ କ୍ଷେତ୍ରରେ ଗବେଷଣା ପାଇଁ ନୋବେଲ ପୁରସ୍କାର ପାଇବେ।

Leave A Reply

Your email address will not be published.