ଏସୀୟ କ୍ରୀଡ଼ା: ପାକିସ୍ତାନକୁ ହରାଇ କବାଡ଼ି ଫାଇନାଲରେ ଭାରତ
ଓଏଲ୍ ବ୍ୟୁରୋ: ଚୀନର ହାଙ୍ଗଝୌରେ ଖେଳାଯାଉଥିବା ୧୯ ତମ ଏସିଆନ୍ ଗେମ୍ସରେ ଭାରତୀୟ ଖେଳାଳିଙ୍କ ଦବଦବା ଜାରି ରହିଛି। ଏସୀୟ କ୍ରୀଡ଼ା ପୁରୁଷ କବାଡ଼ିରେ ପାକିସ୍ତାନକୁ ହରାଇ ଭାରତ ଫାଇନାଲରେ ପହଂଚିଛି। ପାକିସ୍ତାନକୁ ୬୧-୧୪ ପଏଣ୍ଟରେ ହରାଇ ଭାରତ ଫାଇନାଲରେ ପହଂଚିଛି।
ପୂର୍ବରୁ ଭାରତୀୟ ମହିଳା ଟିମ୍ ବି ଫାଇନାଲରେ ପ୍ରବେଶ କରିସାରିଛି। ଏହା ସହ କ୍ରିକେଟରେ ବାଂଲାଦେଶକୁ ୯ ୱିକେଟରେ ହରାଇ ଭାରତ ଫାଇନାଲରେ ପହଂଚିଛି। ୯୭ ରନ୍ର ବିଜୟ ଲକ୍ଷ୍ୟକୁ ୯.୨ ଓଭରରେ ହାସଲ କରିଛି। ତିଳକ ବର୍ମାଙ୍କ ମାତ୍ର ୨୫ ବଲ୍ରୁ ବିସ୍ଫୋରକ ଅର୍ଦ୍ଧଶତକ କରିଥିଲେ। ଆସନ୍ତାକାଲି ସ୍ୱର୍ଣ୍ଣ ପଦକ ପାଇଁ ଲଢ଼ିବ ଭାରତୀୟ ଟିମ୍। ପାକିସ୍ତାନ-ଆଫଗାନିସ୍ତାନ ମଧ୍ୟରୁ ବିଜୟୀ ଟିମ୍ ସହ ଫାଇନାଲ ମ୍ୟାଚ୍ ଭାରତ ଖେଳିବ।
ତୀରନ୍ଦାଜୀରେ ଭାରତକୁ ବ୍ରୋଞ୍ଜ ମିଳିଛି। ମହିଳା ରିକର୍ଭ ଟିମ୍ ଇଭେଣ୍ଟରେ ବ୍ରୋଞ୍ଜ ପଦକ ମିଳିଛି। ଭିଏତନାମକୁ ୬-୨ରେ ହରାଇ ବ୍ରୋଞ୍ଜ ପଦକ ହାସଲ କରିଛି। ଅଙ୍କିତା, ଭଜନ କୌର ଓ ସିମରନ୍ଜିତ୍ଙ୍କ ସଫଳତା ମିଳିଛି। ୨୧ ସ୍ୱର୍ଣ୍ଣ, ୩୨ ରୌପ୍ୟ, ୩୪ ବ୍ରୋଞ୍ଜ ସହ ଭାରତ ପଦକ ସଂଖ୍ୟା ୮୭ରେ ପହଂଚିଛି। ସ୍କ୍ୱାସରେ ଭାରତକୁ ରୌପ୍ୟ ମିଳିଛି। ସୌରଭ ଘୋସାଲ ଏହି ବ୍ୟକ୍ତିଗତ ସ୍କ୍ୱାସରେ ଭାରତକୁ ରୌପ୍ୟ ବିଜେତା କରାଇଛନ୍ତି। ଏହା ସହ ତୀରନ୍ଦାଜୀରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ମିଳିଛି। ପୁରୁଷ ଟିମ୍ ଇଭେଣ୍ଟରେ କୋରିଆକୁ ହରାଇ ସ୍ୱର୍ଣ୍ଣ ହାସଲ କରିଛନ୍ତି।
ସେହିପରି ଏସୀୟ କ୍ରୀଡ଼ା ସ୍କ୍ୱାସରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ମିଳିଛି। ମିକ୍ସଡ ଡବଲ୍ସରେ ମାଲେସିଆକୁ ହରାଇ ଭାରତ ସ୍ୱର୍ଣ୍ଣ ପଦକ ହାସଲ କରିଛି। ଦୀପିକା ପାଲିକଲ-ହରିନ୍ଦର ପାଲ୍ ସିଂ ଯୋଡ଼ିକୁ ସ୍ୱର୍ଣ୍ଣ ପଦକ ମିଳିଛି। ମହିଳା ଟିମ୍ ଇଭେଣ୍ଟରେ ଭାରତକୁ ସ୍ୱର୍ଣ୍ଣ ମିଳିଛି। ଜ୍ୟୋତି, ଅଦିତି ଓ ପରନୀତ କୌର ଏହି ସଫଳତା ହାସଲ କରିଛନ୍ତି। ଏସୀୟ କ୍ରୀଡ଼ା ମହିଳା ୮୦୦ ମିଟର ଦୌଡ଼ରେ ଭାରତକୁ ରୌପ୍ୟ ମିଳିଛି। ହର୍ମିଲାନ ବେନ୍ସ ୮୦୦ ମିଟରରେ ଜିତିଲେ ରୌପ୍ୟ। ରେସଲିଂର ୮୭ କେଜି ବର୍ଗରେ ସୁନୀଲ କୁମାରଙ୍କୁ ବ୍ରୋଞ୍ଜ ମିଳିଛି। ହକି ଫାଇନାଲରେ ଭାରତ ପହଂଚିଛି। ସେମି ଫାଇନାଲରେ ଦକ୍ଷିଣ କୋରିଆକୁ ୫-୩ ଗୋଲ୍ରେ ହରାଇ ଭାରତ ଫାଇନାଲରେ ପହଂଚିଛି। ମହିଳା ବକ୍ସିଂରେ ଭାରତକୁ ରୌପ୍ୟ ମିଳିଛି। ୭୫ କେଜି ବର୍ଗରେ ଲଭଲିନା ରୌପ୍ୟ ହାସଲ କରିଛନ୍ତି।
ଅନ୍ୟପଟେ, ଏସୀୟ କ୍ରୀଡ଼ା ସ୍କ୍ୱାସ୍ରେ ଭାରତକୁ ଆଉ ଏକ ବ୍ରୋଞ୍ଜ ମିଳିଛି। ଅନାହତ-ଅଭୟଙ୍କ ଯୋଡ଼ିଙ୍କୁ ବ୍ରୋଞ୍ଜ ପଦକ ମିଳିଛି। ସେହିଭଳି ଏସୀୟ କ୍ରୀଡ଼ାରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ ମିଳିଛି। ତୀରନ୍ଦାଜୀରେ ଭାରତକୁ ସ୍ୱର୍ଣ୍ଣ ପଦକ ମିଳିଥିବାବେଳେ ମିକ୍ସଡ ଟିମ୍ ଇଭେଣ୍ଟରେ ଭାରତ ସ୍ୱର୍ଣ୍ଣ ପଦକ ବିଜେତା ହୋଇଛି। ଜ୍ୟୋତି ଭେନମ ଓ ଓଜାସ ଡିଓଟାଲେ ସ୍ୱର୍ଣ୍ଣ ପଦକ ବିଜେତା ହୋଇଛନ୍ତି। ଚଳିତ ଏସିଆଡ୍ରେ ଭାରତର ରେକର୍ଡ ପଦକ ହାସଲ କରିଛି। ୨୦୧୮ ଜାକର୍ତ୍ତା ଏସିଆଡ୍ରେ ୭୦ ପଦକ ଭାରତ ଜିତିଥିଲା।
ସେହିପରି ୩୫ ମିଟର ରେସ୍ ୱାକ୍ ମିକ୍ସଡ ଟିମ୍ ଇଭେଣ୍ଟରେ ଭାରତକୁ ବ୍ରୋଞ୍ଜ ପଦକ ମିଳିଛି। ମଞ୍ଜୁ ରାଣୀ ଓ ରାମବାବୁ ଏହି ସଫଳତା ହାସଲ କରିଛନ୍ତି। ଏସୀୟ କ୍ରୀଡ଼ା ପୁରୁଷ କାନୋଇ ଡବଲ୍ସରେ ଭାରତକୁ ବ୍ରୋଞ୍ଜ ପଦକ ମିଳିଛି। ୧୦୦୦ ମିଟର ଇଭେଣ୍ଟରେ ଅର୍ଜୁନ ଓ ସୁନିଲ ସିଂଙ୍କ ଯୋଡି ବ୍ରୋଞ୍ଜ ବିଜେତା ହୋଇଛନ୍ତି। ସୁଟିଂରେ ପୁଣି ଭାରତକୁ ଦୁଇଟି ପଦକ ମିଳିଛି। ଏସୀୟ କ୍ରୀଡ଼ା ମହିଳା ଷ୍ଟିପଲଚେଜ୍ରେ ଭାରତକୁ ୨ ପଦକ ମିଳିଛି। ୩ ହଜାର ମିଟର ଷ୍ଟିପଲଚେଜ୍ରେ ଭାରତକୁ ରୌପ୍ୟ, ବ୍ରୋଞ୍ଜ ମିଳିଛି। ୩ ହଜାର ମିଟର ଷ୍ଟିପଲଚେଜ୍ରେ ପାରୁଲ ଚୌଧୁରୀ ରୌପ୍ୟ ଜିତିଥିବାବେଳେ ପ୍ରୀତି ବ୍ରୋଞ୍ଜ ହାସଲ କରିଛନ୍ତି।
ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସ୍ୱର୍ଣ୍ଣ ମିଳିଛି। ଭାରତ ପାଇଁ ସ୍ୱର୍ଣ୍ଣ ଜିତିଲେ ମହିଳା ସୁଟର ପଲକ। ସମାନ ଇଭେଣ୍ଟରେ ରୌପ୍ୟ ଜିତିଲେ ଇଶା ସିଂ। ପୁରୁଷ ଟେନିସ ଡବଲ୍ସରେ ରୌପ୍ୟ ଜିତିଲା ଭାରତ। ସାକେତ୍-ରାମନାଥନ୍ ଯୋଡ଼ି ଜିତିଲେ ରୌପ୍ୟ। ପୁରୁଷ ୧୦ ମିଟର ଏୟାର ପିସ୍ତଲ ଟିମ୍ ଇଭେଣ୍ଟରେ ମଧ୍ୟ ସ୍ୱର୍ଣ୍ଣ ମିଳିଥିଲା। ଅଜୁର୍ନ ଚିମା, ସରବଜୋତ ସିଂ, ଶିବ ନରୱାଲ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।
ସେହିପରି ଏସିଆନ୍ ଗେମ୍ସରେ ସିଫ୍ଟ କୌର ସମ୍ରା ଭାରତର ପ୍ରଥମ ବ୍ୟକ୍ତିଗତ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଭାରତୀୟ ସୁଟର ସିଫ୍ଟ କୌର ସମ୍ରା ୫୦ ମିଟର ରାଇଫଲ ଇଭେଣ୍ଟରେ ସ୍ୱର୍ଣ୍ଣ ଜିତିଛନ୍ତି। ତେବେ ଏହା ଭାରତ ପାଇଁ ଗର୍ବର ବିଷୟ ପାଲଟିଛି। ଏଥିସହ ସୁଟିଂରେ ଭାରତକୁ ଆଉ ଏକ ରୌପ୍ୟ ପଦକ ମିଳିଛି। ପୁରୁଷ ସ୍କିଟ୍ ଇଭେଣ୍ଟରେ ରୌପ୍ୟ ଜିତିଲେ ଅନନ୍ତ ନାରୁକା। ୮୭ ପଦକ ସହ ତାଲିକାର ଚତୁର୍ଥ ସ୍ଥାନରେ ଭାରତ ରହିଛି।