Odisha Link
Bridging the Missing Links in Odisha

ଦିଲ୍ଲୀରେ ମାଓ ସ୍ଥିତି ସମୀକ୍ଷା ବୈଠକ: ଓଡ଼ିଶାର ଦାବି ଉପସ୍ଥାପନା କଲା ବିଜେଡି

ଓଏଲ୍‌ ବ୍ୟୁରୋ: ଦେଶରେ ମାଓ ସ୍ଥିତି ନେଇ ଦିଲ୍ଲୀରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଆୟୋଜିତ ହୋଇଛି। ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଛି। ବୈଠକରେ ମାଓ ପ୍ରଭାବିତ ୧୦ ରାଜ୍ୟର ପ୍ରତିନିଧି ସାମିଲ୍ ହୋଇଛନ୍ତି। ଓଡ଼ିଶାରୁ ଅର୍ଥମନ୍ତ୍ରୀ ଆରୁଖ, ଡିଜିପି ବଂଶଲ, ମୁଖ୍ୟ ସଚିବ ଉପସ୍ଥିତ ରହିଛନ୍ତି। ମାଓ ମୁକାବିଲା ଓ ମାଓ ସ୍ଥିତି ନେଇ ଆଲୋଚନା ଜାରି ରହିଥିଲା।

ମାଓ ସମୀକ୍ଷା ବୈଠକ ପରେ ମନ୍ତ୍ରୀ ବିକ୍ରମ ଆରୁଖ କହିଛନ୍ତି, ମାଓ ମୁକାବିଲା କ୍ଷେତ୍ରରେ ରାଜ୍ୟ ଓ କେନ୍ଦ୍ରର ମିଳିତ ଲଢ଼େଇ ଜାରି ରହିବ। ମାଓପ୍ରବଣ ଅଞ୍ଚଳରେ ଅଧିକ ମୋବାଇଲ ଟାୱାର ପ୍ରତିଷ୍ଠା ଦାବି କରିଛୁ। ଯାତାୟାତ ପାଇଁ ହେଲିକପ୍ଟର ଯୋଗାଇବାକୁ ଦାବି ହୋଇଛି। କେନ୍ଦ୍ରୀୟ ଫୋର୍ସ ଓ ପୁଲିସ ପାଇଁ ହେଲିକପ୍ଟର ଦାବି କରିଛୁ। ରାଜ୍ୟରେ ମାଓ ଉପଦ୍ରବ କମିଛି। ଆଗରୁ ୨୧ ଜିଲ୍ଲା ମାଓପ୍ରବଣ ଥିଲା। ଏବେ ୧୦ ଜିଲ୍ଲାରେ ରହିଛି ବୋଲି ମନ୍ତ୍ରୀ ବିକ୍ରମ ଆରୁଖ କହିଛନ୍ତି।