Odisha Link
Bridging the Missing Links in Odisha

ଆଗକୁ ସାଧାରଣ ନିର୍ବାଚନ: କୋରାପୁଟ ଓ ସମ୍ୱଲପୁର ପାଇଁ ବିଜେଡିର କର୍ମକର୍ତ୍ତା ନିଯୁକ୍ତ

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଆଗାମୀ ନିର୍ବାଚନକୁ ନେଇ ରାଜନୀତି ସରଗରମ ହୋଇଛି। ଏହାରି ମଧ୍ୟରେ ନିର୍ବାଚନ ପୂର୍ବ ପ୍ରସ୍ତୁତି ଏକ ପ୍ରକାର ଆରମ୍ଭ ହୋଇସାରିଛି। ତେବେ ଏଥିରୁ ବାଦ ପଡିନି ବିଜୁ ଜନତା ଦଳ। ସମ୍ୱଲପୁର ଜିଲ୍ଲା କମିଟିରେ ବିଜେଡିର ୫ ଉପଦେଷ୍ଟା ନିଯୁକ୍ତ କରାଯାଇଛି। ପ୍ରମିଳା ବହିଦାର, ବିଜୟ ମହାନ୍ତି, ଆର୍ତ୍ତତ୍ରାଣ ମିଶ୍ର, ପ୍ରମୋଦ ରଥ ଓ ରାଜକିଶୋର ଦାସଙ୍କୁ ନିଯୁକ୍ତି ମିଳିଛି। ଏନେଇ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ସୂଚନା ଦେଇଛନ୍ତି।

ସେହିଭଳି କୋରାପୁଟ ଜିଲ୍ଲା ପାଇଁ ବିଜେଡିର କର୍ମକର୍ତ୍ତା ନିଯୁକ୍ତ କରାଯାଇଛି। ପ୍ରଶାନ୍ତ ଗୁପ୍ତା ହେଲେ ଜିଲ୍ଲା କମିଟି କାର୍ଯ୍ୟକାରୀ ସଭାପତି। ୫ଉପଦେଷ୍ଟା, ୧୧ଉପସଭାପତି, ୨୧ସାଧାରଣ ସଂପାଦକ ନିଯୁକ୍ତ କରାଯାଇଛି। ୨୨ ସଂପାଦକ ଓ ୨୪ ଯୁଗ୍ମ ସଂପାଦକ ନିଯୁକ୍ତ ହୋଇଥିବା ସୂଚନା ରହିଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ନିଯୁକ୍ତି ଦେଇଛନ୍ତି।

Leave A Reply

Your email address will not be published.