Odisha Link
Bridging the Missing Links in Odisha

ବଜାରରେ ଆଉ ଦେଖିବାକୁ ମିଳିବନି ୨୦୦୦ ଟଙ୍କିଆ ନୋଟ, ଜାଣନ୍ତୁ ଏହାର କାରଣ

ଓଏଲ୍‌ ବ୍ୟୁରୋ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ୨୦୨୩ ମେ’ ୧୯ରେ ୨୦୦୦ ଟଙ୍କିଆ ନୋଟ୍‌ ଅଚଳ ହୋଇଯିବ ବୋଲି ଘୋଷଣା କରାଯାଇଥିଲା। ସେପ୍ଟେମ୍ବର ୩୦ ମଧ୍ୟରେ ବଜାରରେ ଥିବା ୨ ହଜାର ଟଙ୍କିଆ ନୋଟକୁ ବ୍ୟାଙ୍କରେ ଫେରସ୍ତ କରାଯାଇପାରିବ ବୋଲି ଆରବିଆଇ ପକ୍ଷରୁ ସ୍ପଷ୍ଟ ବି କରାଯାଇଥିଲା। ପରେ ଏହି ଅବଧି ବୃଦ୍ଧି ହୋଇଥିଲା। ଗତକାଲି ଏହି ଅବଧି ଶେଷ ହେବାକୁ ଯାଉଛି। ତେବେ ବଜାରରେ ଆଉ ୨୦୦୦ ଟଙ୍କିଆ ନୋଟ ଦେଖିବାକୁ ମିଳିବନି।

ସୂଚନା ଅନୁସାରେ, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ୨୦୨୩ ମେ’ ୧୯ରେ ୨୦୦୦ ଟଙ୍କିଆ ନୋଟ୍‌ ଅଚଳ ହୋଇଯିବ ବୋଲି ଘୋଷଣା କରାଯାଇଥିଲା। ଆଇବିଆଇର ଏମିତି ନିଷ୍ପତ୍ତି ପରେ ଅନେକ ମାତ୍ରାରେ ୨ ହଜାରିଆ ନୋଟ୍‌ ବ୍ୟାଙ୍କରେ ଜମା କରିଥିଲେ ଲୋକେ। ସଦ୍ୟତମ ସୂଚନା ଅନୁସାରେ ସେଥିରୁ ୯୩ ପ୍ରତିଶତ ନୋଟ୍ ବ୍ୟାଙ୍କ ପାଖକୁ ଫେରିଆସିଛି। ଏବେବି ପ୍ରାୟ ୨୪ ହଜାର କୋଟି ଟଙ୍କାର ୨୦୦୦ ଟଙ୍କିଆ ଫେରିନାହିଁ। ତେଣୁ ବହୁ ସମୀକ୍ଷା କରିବା ପରେ ଏହି ଅବଧିକୁ ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଅକ୍ଟୋବର ୭ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

Leave A Reply

Your email address will not be published.